banner
Breaking

ଆଜି ବିଜୟା ଦଶମୀ, ଅସତ୍ୟକୁ ବଧ କରିବେ ମା।

0

ଭୁବନେଶ୍ୱର, ୮ା୧୦(ଓଡ଼ିଆ ନ୍ୟୁଜ): ଆଜି ବିଜୟା ଦଶମୀ। ଅସତ୍ୟ ଉପରେ ସତ୍ୟ ଓ ପାପ ଉପରେ ପୁଣ୍ୟର ବିଜୟ ସ୍ବରୂପ ହେଉଛି ବିଜୟା ଦଶମୀ। ଆଜି ମହିଷାସୁରକୁ ବଧ କରିବେ ମା’ ଦୁର୍ଗା। ମା’ ଜଗତଜନନୀଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ପୂଜା ମଣ୍ଡପରେ ମା’ଦୁର୍ଗା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା। ପ୍ରାତଃ ୫ଟା ୪୩ରେ ମା’ଙ୍କର ମଙ୍ଗଳ ଆଳତି ହେବା ପରେ ୬ଟାରେ ସୂର୍ଯ୍ୟ ପୂଜା ଓ ଦ୍ୱାରପୂଜା ହୋଇଥିଲା। ଏହାପରେ ୮ଟାରୁ ବିଜୟା ଦଶମୀ ପୂଜାରମ୍ଭ ହୋଇଥିଲା। ମାଙ୍କ ପାଖରେ ଯାନବାହାନ ପୂଜା ଚାଲିଛି। ସେପଟେ ଦଶହରା ପାଇଁ ଘରେ ଘରେ ପିଠାପଣାର ଆସର ଜମିଛି।

Khansweb Solution Bhubaneswar

Leave A Reply

Your email address will not be published.