banner
Breaking

ଅମାନିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ।

0

ଭୁବନେଶ୍ୱର,୮।୫(ବ୍ୟୁରୋ): ଶନିବାରଠାରୁ ଭୁବନେଶ୍ୱର-କଟକରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ପରିଚୟପତ୍ର ଦେଖାଇ ବାହାନା ମାରି ଚାରିଆଡ଼େ ବୁଲୁଥିବା ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଏନେଇ ଟୁଇନ୍‌ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ଚଳିତଥର ଲକ୍‌ଡାଉନ ଓ ଶଟ୍‌ଡାଉନରେ କୌଣସି ପାସ ଜାରି କରାଯାଇନି। ଆଇଟି, ବ୍ୟାଙ୍କ, ଗଣମାଧ୍ୟମ ଭଳି ଜରୁରୀ ସେବାକୁ କଟକଣାମୁକ୍ତ କରାଯାଇଛି। ମାତ୍ର ଏହାର ସୁଯୋଗ ନେଇ କିଛି ଅମାନିଆ କର୍ମଚାରୀ ସେମାନଙ୍କ ପରିଚୟପତ୍ର ଦେଖାଇ ଖୁଲମଖୁଲା ବୁଲୁଛନ୍ତି।

ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ କେଉଁ କର୍ମଚାରୀ କେଉଁ ଅଫିସରେ, କେଉଁ ସମୟରେ କାମ କରିବେ ସେନେଇ ନିର୍ଦ୍ଦିଷ୍ଟ ଅଥରାଇଜେସନ ଲେଟର ଡିସିପିଙ୍କ ପାଖରେ ଦାଖଲ କରିବାକୁ ସଂପୃକ୍ତ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଏପରି କରିବା ଦ୍ୱାରା ଅମାନିଆଙ୍କୁ ସାବାଡ୍‌ କରାଯାଇପାରିବ ବୋଲି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.