banner
Breaking

କିଟ ଛକରେ ରେଷ୍ଟ୍ରୁରାଣ୍ଟ ଓ ଦୋକାନରେ ଲାଗିଲା ନିଆଁ।

0

ଭୁବନେଶ୍ବର,୫/୫(ବ୍ୟୁରୋ): ଗତକାଲି ସନ୍ଧ୍ୟା ସାଢ଼େ ୮ଟା ସମୟରେ ଭୁବନେଶ୍ବର କିଟ୍‌ ରୋଡ୍‌ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟି ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ପାଖାପାଖି ଦେଢ଼ଘଣ୍ଟା କାଳ ରେଷ୍ଟୁରାଣ୍ଟରେ ନିଆଁ ଲାଗିରହିଥିଲା। ରେଷ୍ଟୁରାଣ୍ଟ ସହ ଏହାର ସଂଲଗ୍ନ ଦୋକାନଗୁଡ଼ିକ ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଇନ୍‌ଫୋସିଟି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ଏହି ଖବର ପାଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଘଟଣା ସ୍ଥଳରେ ପହଞ୍ଚି ଦୋକାନୀ ମାନଙ୍କୁ ଆଶ୍ବାସନା ଦେବା ସହିତ କ୍ଷତି ପୂରଣ ବାବଦରେ ଜିଲ୍ଲାପାଳଙ୍କ ସହିତ କଥା ହୋଇଥିଲେ। ସରକାରୀ ନିୟମ ଅନୁସାରେ କ୍ଷତି ପୂରଣ ମିଳିବ ବୋଲି ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.