banner
Breaking

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ।

0

ଭୁବନେଶ୍ବର : ମହାମାରୀ କରୋନା ନେଲା ରାଜ୍ୟର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଗତ ୧୪ ତାରିଖରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ମଲ୍ଟି ଅର୍ଗାନ୍ ଫେଲ୍ୟୁଅର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା । ଦେବେନ୍ଦ୍ର ସାମନ୍ତରାୟ ସମ୍ବାଦ ଖବରକାଗଜର ସମ୍ବଲପୁର ସଂସ୍କରଣ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.