banner
Breaking

ଦୁଇଟି ରାସ୍ତା ଆଲୋକୀକରଣର ଉଦଘାଟନ କଲେ ଉତ୍ତର ବିଧାୟକ।

0

ଭୁବନେଶ୍ୱର : ଭୁବନେଶ୍ବର ଉତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ.୧୬ ଜାଭିୟର ଛକ ଠାରୁ ଗୋପବନ୍ଧୁ ଶିକ୍ଷା ଏକାଡେମୀ ଓ କଳିଙ୍ଗ ହସ୍ପିଟାଲ ଛକ ଠାରୁ ରେଲ ବିହାର କଲୋନୀ ପର୍ଯ୍ୟନ୍ତ ରାସ୍ତା ଆଲୋକିକରଣ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ସମ୍ପୂର୍ଣ୍ଣ କୋଭିଡ କଟକଣା ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଭାରତୀ ସିଂ , ପ୍ରେମାନନ୍ଦ ଜେନା , ଝୁନୁବାଳା ଦେଇ , ସୌଭାଗ୍ୟ କୁମାର ବାରିକଙ୍କ ସମେତ ଯୁବନେତା ଅବଲ ସ୍ୱାଇଁ , ଅଶୋକ ବେହେରା , କାଳନ୍ଦି ପ୍ରଧାନ , ସମାଜସେବୀ ଅଶୋକ ସ୍ବାଇଁ ଏବଂ ମହାନଗର ନିଗମର ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରିମାନେ ଯୋଗ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.