banner
Breaking

ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବେ କିପରି।

0

ବର୍ତ୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି; ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ ନିଜ ସୁରକ୍ଷା ପ୍ରତି ନିଜେ ସଚେତନ ରହିବା ସହ କରୋନା ସହିତ ଲଢ଼ିବା ପାଇଁ ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କିପରି ବଢ଼ାଇହେବ ସେ ନେଇ ଚିନ୍ତା କରିବାର ସମୟ ଆସିଛି। କୁହାଯାଉଛି ତୁଳସୀ ଓ ଗୋଲମରିଚର ଚା’ ପିଇଲେ ଶରୀର ଫୁର୍ତ୍ତି ଲାଗିବା ସହ ସଂକ୍ରମଣ ସହିତ ଲଢ଼ିବାକୁ ଶକ୍ତି ମିଳିଥାଏ। ସେହିପରି ଗିଲୋୟର ସେବନ ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ ହୋଇଥାଏ। ଲେମ୍ବୁରସ ପାଚନ କ୍ରିୟାକୁ ସକ୍ରିୟ କରିବା ସହ ଶରୀରରେ ଇମ୍ୟୁନିଟି ବୃଦ୍ଧି କରିଥାଏ। ସେହିପରି ଅଦାରେ ବି ଅନେକ ଔଷଧୀୟ ଗୁଣ ରହିଛି। କୁହାଯାଏ ଗୋଟେ ଚାମଚ ଅଦା ରସ ପିଇଲେ ବିଭିନ୍ନ ସଂକ୍ରମଣରୁ ମୁକ୍ତି ମିଳିଥାଏ। ନିୟମିତ ହଳଦୀ ସେବନ କଲେ ବି ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। କିନ୍ତୁ ଏହାକୁ ସକାଳେ ଖାଲି ପେଟରେ ଖାଇଲେ ଅଧିକ ସୁଫଳ ମିଳେ। ତା’ଛଡ଼ା ଗୋଟେ ଚାମଚ ମହୁରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ଖାଇଲେ ଥଣ୍ଡା-କାଶରୁ ଉପଶମ ମିଳିବା ସହ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି ପାଇଥାଏ।

Khansweb Solution Bhubaneswar

Leave A Reply

Your email address will not be published.