banner
Breaking

ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା।

0

ଭୁବନେଶ୍ୱର,୯।୪(ବ୍ୟୁରୋ): ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚଳିତବର୍ଷ ବିନା ଭକ୍ତରେ ଗଡ଼ିବ। ଏଶାସ ନେଇ ବିଏମ୍‌ସି ପକ୍ଷରୁ ଅନୁମତି ମିଳିଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ୧୦୦ ସେବାୟତଙ୍କୁ ନେଇ ରଥଟଣା ହେବ। ବିଧି, ପରମ୍ପରା ରକ୍ଷା କରିବାକୁ ଯାଇ ରଥଯାତ୍ରା କରାଯିବ। ରଥଯାତ୍ରାରେ ଭାଗନେବାକୁ ଥିବା ସେବାୟତଙ୍କ କୋଭିଡ୍‌ ଟେଷ୍ଟ କରାଯିବ। ଯେଉଁମାନଙ୍କ ନେଗେଟିଭ ଆସବ ସେମାନେ ରଥଯାତ୍ରାରେ ଭାଗ ନେଇପାରିବେ। ଗୁରୁବାର ବିଡିଏ କନ୍‌ଫରେନ୍ସ ହଲରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଗଣମାଧ୍ୟମକୁ ସୂଚନା ଦେଇ ଚୌଧାରୀ କହିଛନ୍ତି ଯେ, କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭକ୍ତଙ୍କ ପ୍ରବେଶକୁ ଅନୁମତି ମିଳିନାହିଁ। ତେବେ ରଥଯାତ୍ରା ନେଇ ରାଜ୍ୟ ସରକାରଙ୍କ ତରଫରୁ କେତେକ ଗାଇଡ୍‌ଲାଇନ ଜାରି କରାଯାଇଛି। ଗାଇଡ୍‌ଲାଇନ ଅନୁସାରେ ରଥକୁ ଉକ୍ତ ଦିନ ୪ଥର ସାନିଟାଇଜ୍‌ କରାଯିବ। ରଥ ଉପରେ କେବଳ ସେଦିନର ସେବାଥିବା ପାଳିଆ ସେବାୟତ ତଥା ୨୦ରୁ ୨୫ଜଣ ସେବାୟତ ବସି ପାରିବେ। ରଥ ଯେଉଁଠାରେ ଅଟକିବ ସେଠାରେ ରଥ ଚାରିପଟେ ବ୍ୟାରିକେଡ୍‌ କରାଯିବ। ରଥ ଉପରକୁ ପାଣି ପାଉଚ ଫିଙ୍ଗାଯିବ ନାହିଁ। ରଥ ଦାଣ୍ଡରେ ଥିବା ସାହି ବାସିନ୍ଦାଙ୍କୁ ରଥ ଦାଣ୍ଡରେ ଭିଡ଼ ନ କରିବାକୁ ମନା କରାଯିବ। କୋଭିଡ୍‌ ଯୋଗୁ ଗତ ବର୍ଷ ରୁକୁଣା ରଥ ଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ପରମ୍ପରା ରକ୍ଷା କରି ଏହି ଯାତ୍ରା କିପରି କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ, ସମସ୍ତ ନିଯୋଗର ସଭାପତି, ସମ୍ପାଦକ, ପୋଲିସ ଓ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରକାଶ ଯେ, ଗତ କିଛି ଦିନ ହେବ କରୋନାର ୨ୟ ଲହରି ଜାରି ରହିଥିବାରୁ ରୁକୁଣା ରଥଯାତ୍ରା ହେବା ନେଇ ଅନିଶ୍ଚିତତା ଦେଖା ଦେଇଥିଲା। ଏହା ସତ୍ତ୍ୱେ ରଥ ନିର୍ମାଣ କାର୍ଯ୍ୟ ଗତ ହୋଲିଠାରୁ ଆରମ୍ଭ ହୋଇଛି। ରଥଯାତ୍ରା ନେଇ ସେବାୟତ ନିଯୋଗ ପ୍ରଶାସନ ନିକଟରେ ଅନୁରୋଧ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.