ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନ ସିଲ୍।

ଭୁବନେଶ୍ୱର,୬।୪(ବ୍ୟୁରୋ): ଭୁବନେଶ୍ୱର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ମଙ୍ଗଳବାର ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ହେଲେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପରବର୍ତ୍ତୀ ଆଦେଶ ଯାଏ ଶିକ୍ଷାନୁଷ୍ଠାନକୁ ସିଲ ରହିବ ବୋଲି ଜଣାପଡ଼ିଛି।