banner
Breaking

ଆଜି ଆସୁଛନ୍ତି ଉପ ରାଷ୍ଟ୍ରପତି ଭେଙ୍କିଆ ନାଇଡୁ।

0

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ)୬/୧୦: ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୦ଟା ୧୫ରେ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇବେ। ସେଠାରୁ ସେ ସିଧା କିଟ୍‌ ବିଶ୍ୱବିଦ୍ୟାଳୟକୁ ଯାଇ ବିଶ୍ବ କବି ସମ୍ମିଳନୀରେ ଯୋଗଦେବେ। ଏହାପରେ ରାଜଭବନକୁ ଯାଇ ମଧ୍ୟାହ୍ନଭୋଜନ କରିବେ। ଅପରାହ୍ନ ୩ଟାରେ ଉପରାଷ୍ଟ୍ରପତି କଟକ ଯାଇ ସମାଜ ଶତ ବାର୍ଷିକ ଉତ୍ସବରେ ଯୋଗଦେବା ପରେ ଭୁବନେଶ୍ୱର ବିମାନବନ୍ଦରକୁ ଯିବେ। ଅପରାହ୍ନ ପ୍ରାୟ ୪ଟାରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବାଗତ କରିବେ। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଟୁଇନ ସିଟିରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏଥିସହ ୧୦୦ ଜଣ ଅଫିସର ନିୟୋଜିତ ହେବେ। ବିଶେଷକରି ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କଟକର ଶିଖରପୁରଠାରୁ ଇନ୍‌ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାକୁ ସିଲ କରାଯିବା ସହ ଲୋକଙ୍କ ଯାତାୟତକୁ ବନ୍ଦ ରଖାଯିବ ବୋଲି ଡିସିପି ଅଖିଳେଶ ସିଂ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.