banner
Breaking

ପ୍ରତିଶ୍ରୁତି ପତ୍ରିକା ପକ୍ଷରୁ ରାଜ୍ୟସ୍ତରୀୟ ବିଷୁବ ଆସର।

0

ଭୁବନେଶ୍ୱର ୫/୪(ଓଡ଼ିଆ ନ୍ୟୁଜ): ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ପତ୍ରିକା ପକ୍ଷରୁ ରାଜ୍ୟସ୍ତରୀୟ ବିଷୁବ ସାହିତ୍ୟ ଆସର ରେଡକ୍ରସ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନର ସଭାପତି ବିଶିଷ୍ଟ କବି ତଥା ବୈଜ୍ଞାନିକ ଡକ୍ଟର ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଓଡିଶା ଟାଉନ୍ ପ୍ଲାନିଂ ପୁରୀର ପ୍ରାକ୍ତନ ନିର୍ଦ୍ଦେଶକ ମୀନକେତନ ଦାସ, ବରିଷ୍ଠ କବି, ଭାଷାବିତ୍‌, ରାଜନୈତିଜ୍ଞ ଶଙ୍କର୍ଷଣ ପରିଡା, ବିଶିଷ୍ଟ କବି ଭାରତ ମାଝୀ ଓ ସନ୍ତୋଷ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କବି ଓ କବିତା ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଓ କିଛି ବରିଷ୍ଠ କବି, କବୟତ୍ରୀଙ୍କ ପୁସ୍ତକ ସମୀକ୍ଷା କରାଯିବା ସହ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଶିଷ୍ଟ କବି ଓ କବୟତ୍ରୀମାନେ ଯୋଗଦାନ କରି ନିଜର କବିତା ଆବୃତି କରିଥିଲେ ।

ଏହି ଅବସରରେ ଶିକ୍ଷାବିତ୍ ସକୁନ୍ତଳା ମହାପାତ୍ରଙ୍କ ଶିଶୁ ସାହିତ୍ୟ ପୁସ୍ତକ କୁନି କଳିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପ୍ରତିଶ୍ରୁତି ପରିବାର ତରଫରୁ ରାଜ୍ୟ ତଥା ରାଜ୍ୟ ବାହାରୁ ସାହିତ୍ୟ, କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ ସାରସ୍ୱତ ଶିଳ୍ପୀଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା ।

ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଓ ପରିଚାଳନା ସଂପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ ପ୍ରଥମେ ସ୍ୱାଗତ ଅଭିଭାଷଣ ରଖିଥିଲେ । ବରିଷ୍ଠ କବୟତ୍ରୀ ଓ ସମୀକ୍ଷିକା ସୁମିତା ବେହେରା, କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । କବି ଶ୍ୟାମା କିଙ୍କର ମହାନ୍ତି, ନିରୂପମା କର, ଇତିଶ୍ରୀ ପତି, ସାଗର ମହାରଣା, ସୁବ୍ରତ ଜେନା ପ୍ରମୁଖ ଯୋଗଦାନ ଦେଇଥିଲେ । ଶେଷରେ ଅନୁଷ୍ଠାନର ସହସଂପାଦିକା ସସ୍ମିତା ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରକାଶ ଥାଉକି ପ୍ରତିଶ୍ରୁତି ପତ୍ରିକାର ଦ୍ବିତୀୟ ସ°ସ୍କରଣ-୨୦୨୧ ଗତ ମାର୍ଚ୍ଚ ୭ ତାରିଖରେ ବୁଦ୍ଧ ମନ୍ଦିର ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ
ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ବିଶିଷ୍ଟ ସାହିତ୍ୟିକ ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ସ୍ମୃତି ରଞ୍ଜନ ତ୍ରିପାଠୀଙ୍କ ସାହିତ୍ୟକୁ ବଞ୍ଚାଇ ରଖିବା ଓ ଲୋକାଭିମୁଖୀ କରାଇବାର ପ୍ରୟାସକୁ ସମସ୍ତେ ସାଧୁବାଦ ଜଣାଇବା ସହ କୃତଜ୍ଞତା ଅର୍ପଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.