banner
Breaking

ଭୁବନେଶ୍ୱର ବିଶ୍ବର ସବୁଠୁ ଉତ୍ତପ୍ତ ସହର।

0

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୁଧବାର ରେକର୍ଡ ଭାଙ୍ଗିଥିଲା ଭୁବନେଶ୍ୱର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବରେ ସ୍ଥାନିତ କରାଯାଇଛି। ବୁଧବାର ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ୪୪.୨ ଡିଗ୍ରୀ ରହିଥିଲା। ଯାହାକି ସବୁ ସହରଠାରୁ ଆଗରେ ଥିଲା।

ସୂଚନାଯୋଗ୍ୟ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସ୍ଥାପନ ହେବାଠାରୁ ୧୯୪୮ରୁ ଏଯାଏ ଭୁବନେଶ୍ୱରରେ ମାର୍ଚ୍ଚ ମାସର ଏହା ସର୍ବକାଳୀନ ରେକର୍ଡ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବୁଧବାର ରାଜ୍ୟର ୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଓ ୧୩ ସହର ୪୧ ଡିଗ୍ରୀ ଉପରେ ରହିଥିଲା। ବାରିପଦାରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବାଲେଶ୍ୱର ୪୩, ଚାନ୍ଦବାଲି ୪୨.୬, ତାଳଚେର ୪୨.୫, ମାଲକାନଗିରି, ଗଜପତି ଓ ବୌଦ୍ଧରେ ୪୨, ଅନୁଗୋଳ ୪୧.୭, ବଲାଙ୍ଗୀର ଓ ଭବାନିପାଟଣାରେ ୪୧.୫, ଟିଟିଲାଗଡ଼ ଓ ନୟାଗଡ଼ରେ ୪୧.୨, ସମ୍ବଲପୁର ଓ ସୋନପୁରରେ ୪୦.୮, କଟକ ୪୦.୬, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪୦.୫, ରାୟଗଡ଼ାରେ ୪୦.୧ ଡିଗ୍ରୀ ଛୁଇଁଥିଲା ପାରଦ।

Khansweb Solution Bhubaneswar

Leave A Reply

Your email address will not be published.