banner
Breaking

ରାଜଧାନୀ ବୌଦ୍ଧିକ ସମାବେଶ ତରଫରୁ ଜଳସେବା

0

ଭୁବନେଶ୍ୱର,୨୩/୩(ଓଡ଼ିଆ ନ୍ୟୁଜ) କ°କ୍ରିଟ ସହର ଭୁବନେଶ୍ୱରରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି।ମାଗଣାରେ ପାଣି ଟିକେ ପିଇବା ପାଇଁ ପଥଚାରୀ ଡହଳ ବିକଳ ହେଉଛନ୍ତି। ବିଧାନସଭା ଚାଲୁଥିବାରୁ ଧାରଣାଧାରିଙ୍କ ସ°ଖ୍ୟା ବଢୁଛି। ପାଣି ଟିକେ ପିଇବା ପାଇଁ ବିଭିନ୍ନ ଜିଲ୍ଲାରୁ ଆସିଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ମାର୍ଗ ରାଜାଛକଠାରେ ରାଜଧାନୀ ବୌଦ୍ଧିକ ସମାବେଶ ଆନୁକୂଲ୍ୟରେ ମୁକ୍ତାକାଶ ପାଠାଗାର ପରିସରରେ ଜଳସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହାକୁ ସମାବେଶର ଉପଦେଷ୍ଟା , ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଆ ଭାଷାପ୍ରାଣ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ଶତପଥି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ପ୍ରଥମେ ବରିଷ୍ଠ ନାଗରିକ ଶ୍ରୀ କୁମରବର ସାହୁଙ୍କୁ ଜଳପାନ କରାଇ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଜଳସେବାକୁ ଉତ୍ସର୍ଗ କରି ମଧୁର ଜଳାର୍ଯ୍ୟ ଯଥେଷ୍ଟ ସଂରକ୍ଷଣ କରିବାକୁ ଉପଦେଶ ଦେଇଥିଲେ |

ଆଜି ମୁକ୍ତାକାଶ ପାଠଶାଳାର ଏହି ପ୍ରୟାସ ପଥିକଙ୍କ ତୃଷ୍ଣା ମେଣ୍ଟାଇବା ସହିତ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ହେବାନେଇ ସାଧାରଣରେ ଚର୍ଚ୍ଚା ହେଉଛି |

ଆଜିର ଏହି କାର୍ଯ୍ୟକ୍ରମରେ ରାଜଧାନୀ ବୌଦ୍ଧିକ ସମାବେଶ ର ସଭାପତି ଶ୍ରୀ କମଳ ଲୋଚନ ବିଶ୍ୱାଳ,ଉପସଭାପତି, ଶ୍ରୀ ସୌଭାଗ୍ୟ ମହାନ୍ତି, ସାଧାରଣ ସମ୍ପାଦକ ଶ୍ରୀ ସେସାଶୀଷ ସାହୁ, ସମ୍ପାଦକ ରାହୁଲ କୁମାର, ଆବାହକ ଶ୍ରୀ ଅଗ୍ନିବେଶ ସ୍ୱାଇଁ, କୋଷାଧକ୍ଷ ଶ୍ରୀ ଶରତ ରାଉତ ଓ ସମସ୍ତ ସଭ୍ୟମାନେ ଉପସ୍ଥିତ ରହିଥିଲେ |

Khansweb Solution Bhubaneswar

Leave A Reply

Your email address will not be published.