banner
Breaking

ଗୋଟିଏ ନମ୍ବର ଡାଏଲ କଲେ ମିଳିବ ୩ଟି ସୁବିଧା।

0

ଭୁବନେଶ୍ୱର,୧୯।୩(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କାରଣ ଗୋଟିଏ ନମ୍ବରକୁ କଲେ କଲେ ଏଣିକି ୩ ଜରୁରିକାଳୀନ ସେବା ଉପଲବ୍ଧ ହେବ। ୧୧୨ ନଂକୁ କଲ୍‌ କଲେ ପୋଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ମିଳିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାର ଶୁଭାରମ୍ଭ ଆଜି ସନ୍ଧ୍ୟା ୫ଟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରିବେ। ଏହି କାର୍ଯ୍ୟକ୍ରମରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ ଜେନା, ସ୍ବାସ୍ଥ୍ୟ ସଚିବ ପି. କେ ମହାପାତ୍ର, ପୋଲିସ ଡିଜି ଅଭୟ, ଅଗ୍ନିଶମ ଡିଜି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କେ ପଣ୍ଡିଆନ ପ୍ରମୁଖ ଉପସ୍ଥିତ ରହିବେ।

ସୂଚନାଯୋଗ୍ୟ, ପୂର୍ବରୁ ପୋଲିସ ସେବା ପାଇଁ ୧୦୧, ଅଗ୍ନିଶମ ସେବା ପାଇଁ ୧୦୦, ଆମ୍ବୁଲାନ୍ସ ସେବା ପାଇଁ ୧୦୮ ଓ ଜନନୀ ଏକ୍ସପ୍ରେସ୍‌ ପାଇଁ ୧୦୨କୁ ଡାଏଲ କରାଯାଉଥିଲା।

Khansweb Solution Bhubaneswar

Leave A Reply

Your email address will not be published.