banner
Breaking

ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୧ ସମ୍ମାନିତ ହେଲେ ୨୦ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ

0

ଭୁବନେଶ୍ୱର,୫/୩(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୧ ସ୍ଥାନୀୟ ଏକ ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ମାନ୍ୟବର ବାଚସ୍ପତି ଓଡ଼ିଶା ବିଧାନସଭା ଡ଼ଃ ସୂର୍ଯ୍ୟନାରାୟଣ ପାତ୍ର, ଶ୍ରୀ ମନୋଜ କୁମାର ମିଶ୍ର (ସଚିବ, ଇଂଜିନିୟରିଂ ଆଣ୍ଡ୍ ଆଇଟି, ଓଡ଼ିଶା ସରକାର), ଶ୍ରୀ ପଙ୍କଜ ମହାନ୍ତି (ଅଧ୍ୟକ୍ଷ, ଓସିଏ), ଶ୍ରୀ ନିରଞ୍ଜନ ପଟ୍ଟନାୟକ (ଅଧ୍ୟକ୍ଷ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି), ଶ୍ରୀ ମହେନ୍ଦ୍ର ଗୁପ୍ତା (ଚେୟାରମ୍ୟାନ୍‌, ଗୁପ୍ତା ପାୱାର), ଶ୍ରୀ ପ୍ରିୟଦର୍ଶୀ ମିଶ୍ର (ଚେୟାର୍‌ମ୍ୟାନ୍‌, ଓଏସ୍‌ଏଚ୍‌ବି) ପ୍ରମୁଖ ଯୋଗ ଦେଇଥିଲେ । ପତ୍ରିକାର ସମୂହ ସମ୍ପାଦକ ଶ୍ରୀ ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଭା କାର୍ଯ୍ୟ ପରେ ପରେ ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୧’ରେ ସମ୍ମାନିତ କରାଯାଇଥିଲା । ଏଥିସହିତ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ୍ ଜନନାୟକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଇଥିଲା । ପତ୍ରିକାର ସହସମ୍ପାଦକ ଶ୍ରୀ ଶୁଭୋଜିତ୍ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.