banner
Breaking

ବିଜୁ ଜୟନ୍ତୀ ଅବସରରେ କ୍ୟାପିଟାଲ ହସ୍ପିଟାଲରେ ଫଳ ବଣ୍ଟନ।

0

ଭୁବନେଶ୍ୱର ୫/୩(ଓଡ଼ିଆ ନ୍ୟୁଜ): ପ୍ରବାଦ ପୁରୁଷ ବିଜୁ ପନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାଜଧାନୀ ମୁଖ୍ୟ ଚିକିାଳୟ (କ୍ୟାପିଟାଲ ହସ୍ପିଟାଲ)ରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଚିକିାଳୟର ନିର୍ଦ୍ଦେଶକ ଲକ୍ଷ୍ମିଧର ସାହୁଙ୍କ ଉପସ୍ଥିତିରେ ବି.ଜେ.ଡି. ଜିଲ୍ଲା ସଭାପତି ତଥା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଏହି ଫଳବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଉପଦେଷ୍ଟା ସମରେନ୍ଦ୍ର ସାହୁ, ସୁଦାମ ସ୍ୱାଇଁ, ରମାନାଥ ସାମନ୍ତରାୟ, ରଣଜିତ ମହାପାତ୍ର, ନରେନ ସାହୁ, ବିଜୟ ସାସମଲ, ବସନ୍ତ ସାହୁ, ସୌମ୍ୟରଞ୍ଜନ ଦାସ ପ୍ରମୁଖ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତାମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଲ୍‌.ପି. ଟିମ୍ ତରଫରୁ ରମାକାନ୍ତ ସ୍ୱାଇଁ, ଅନିରୁଦ୍ଧ ଲେଙ୍କା, ଦିଲିପ୍ ସାହୁ, ଚିତ୍ରଲେଖା ଆଚାର୍ଯ୍ୟଙ୍କ ନେତୃତ୍ୱରେ ସଦସ୍ୟମାନେ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.