banner
Breaking

ମା କୁ ଅସମ୍ମାନ,ବରିଷ୍ଠ ନାଗରିକଙ୍କୁ ହଇରାଣ, କୁଆଡେ ଗଲା ୫ଟି। ପ୍ରହସନ ପାଲଟିଛି ଲର୍ଣି° ଲାଇସେନ୍ସ କେନ୍ଦ୍ର।

0

ଭୁବନେଶ୍ୱର,୪/୧୦(ଓଡ଼ିଆ ନ୍ୟୁଜ) ଆରଟିଓ କର୍ମଚାରୀଙ୍କ ମନମାନି,ପ୍ରହସନ ପାଲଟିଛି ଲର୍ଣି° ଲାଇସେନ୍ସ କେନ୍ଦ୍ର। ନାରୀ ମାନଙ୍କୁ କରାଯାଉଛି ଅସମ୍ମାନ,ବାଦ୍ ପଡୁନାହାନ୍ତି ବରିଷ୍ଠ ନାଗରିକ। ଦୁଇ ଦିନ ଧରି ଧଡିରେ ଠିଆହୋଇ ମଧ୍ୟ ପଡୁନି ନମ୍ବର । ପଚାରିଲେ କହୁଛନ୍ତି ଆରଟିଓ ଦେଇଛନ୍ତି ନିର୍ଦ୍ଦେଶ। ଏଭଳି ଘଟଣା ଦେଖିବାକୁ ମିଳିଛି ସହୀଦନଗର ଠାରେ ଖୋଲା ଯାଇଥିବା ଲର୍ଣି° ଲାଇସେନ୍ସ କେନ୍ଦ୍ରରେ। ସୂଚନା ଅନୁସାରେ ଏକ ତାରିଖ ଦିନ ଜଣେ ମହିଳା ଡ୍ରାଇଭି° ଲାଇସେନ୍ସ କରିବାକୁ ଯାଇଥିଲେ। ସେଠାରେ ଠିଆ ହୋଇଥିବା ଲୋକଙ୍କ ମଧ୍ୟରେ ତାଙ୍କ ନମ୍ବର ୧୫ ଜଣଙ୍କ ପରେ ଥିଲା। ଦିନ ୧୦,୩୦ରୁ ସନ୍ଧ୍ୟା ୫ ଟା ଯାଏ ତାଙ୍କ ନମ୍ବର ପଡିଲା ନାହିଁ। ୨ ତାରିଖ ଛୁଟି ଥିବାରୁ ୩ ତାରିଖରେ ଆସି ପହଞ୍ଚିଲେ ସେଦିନ ୮ନମ୍ବର ରହିବାରୁ ଭାବିଲେ ଶୀଘ୍ର ହୋଇଯିବ। ଯେତେବେଳେ ୧୨ ଟା ବାଜିଲା ଆଉ ସହି ନପାରି କର୍ମଚାରୀଙ୍କୁ ପଚାରିଲେ । ସେ କହିଲେ ଚାରି ଜଣ ପୁରୁଷଙ୍କ ପରେ ଜଣେ ମହିଳାଙ୍କୁ ଡକାଯିବ। ଏହା ଉପରୁ ନିର୍ଦ୍ଦେଶ ଆସିଛି। ଏଠି ପ୍ରଶ୍ନ ଉଠୁଛି ନବୀନଙ୍କ ୫ଟି ଗଲା କୁଆଡେ। ପ୍ରହସନ ପାଲଟିଛି କେନ୍ଦ୍ର ଭିତିରିଆ ସରକାରୀ ଅଧିକାରୀମାନେ ଦଲାଲି କରୁଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.