banner
Breaking

ଉତ୍ତର ବିଧାୟକଙ୍କ ଦ୍ଵାରା ସ୍ମାର୍ଟ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ।

0

ଭୁବନେଶ୍ୱର,୨୦/୨(ଓଡ଼ିଆ ନ୍ୟୁଜ): ଶନିବାର ଦିବା ୧୧ ଘଟିକା ସମୟରେ ୧୦ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଇନଷ୍ଟିଚ୍ୟୁଟ ଅଫ ମାଥମେକ୍ଟିସ ଠାରୁ ଏକାମ୍ର କାନନ ଭାୟା ଇମ୍ଫୋସିଟି ରାସ୍ତା ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ଥର ସ୍ଥାପନ ମାନ୍ୟବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଅଛି ।

ବିଭାଗୀୟ ସୂଚନା ଅନୁଯାୟୀ ଏହି ୧୦୩୫ ମିଟର ରାସ୍ତାର ଉଭୟ ପାର୍ଶ୍ଵରେ । ସାଇକେଲ ଟ୍ରାକ୍ , ଡ୍ରେନ , ଫୁଟପାଥ ରହିବ ଯାହା ଦ୍ଵାରାକି ଜନସାଧାରଣ ଭିଡରାସ୍ତାରୁ ରକ୍ଷା ପାଇବା ସହିତ ପଥଚାରୀ ଏବଂ ସାଇକେଲ ଚଲାଉଥିବା ସାଧାରଣଲୋକ ନିର୍ଦୋନ୍ଦରେ ଗମନାଗମନ କରିପାରିବେ। ଏଥି ସହିତ ପ୍ରାତଃ ଓ ସଂଧ୍ୟା ଭ୍ରମଣରେ ଯାଉଥିବା ବରିଷ୍ଠ ନାଗରୀକ ମାନଙ୍କ ପାଇଁ ଏହା ବିଶେଷ ଉପଯୋଗୀ ହେବ ବୋଲି ମାନ୍ୟବର ବିଧାୟକ ନିଜର ମନ୍ତବ୍ୟରେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ପାତ୍ର , ପୂର୍ବତନ କର୍ପୋରେଟର ଭାରତୀ ସିଂ , ପ୍ରେମାନନ୍ଦ ଜେନା , ସୌଭାଗ୍ୟ ବାରିକ , ମିହିର ରାଉତ, ଛାତ୍ର ସଭାପତି ସୁବାଷ ସାହୁ , ସାମାଜ ସେବୀ ଅଶୋକ ଝାଇଁଙ୍କ ସମେତ ନିର୍ବାହୀଯନ୍ତ୍ରୀ ହିମାଂଶୁ ଶେଖର ଷଡଙ୍ଗୀ , ଉପ – ନିର୍ବାହୀ ଯନ୍ତ୍ରୀ , ପୂର୍ଣ୍ଣଚନ୍ଦ୍ର ଦଳାଇ , ସହକାରୀଯନ୍ତ୍ରୀ ରାଜକିଶୋର ଜେନାଙ୍କ ସମେତ ଆଖପାଖ ଅଂଚଳର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.