banner
Breaking

ଆଧ୍ୟାତ୍ମିକତା ଜୀବନ, ଜୀବିକା ଗଢିବାର ମୂଳ ଉତ୍ସ। କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନର ବାର୍ଷିକ ଉତ୍ସବ

0

ଭୁବନେଶ୍ବର : ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍’ର ୭ମ ବାର୍ଷିକ ଉତ୍ସବ
ୟୁନିଟ ନଅ ସ୍ଥିତ ଲୋହିଆ ଏକାଡ଼ମୀ ପରିସରରେ
ଅନୁଷ୍ଟିତ ହୋଇଯାଇଛି।

ଅନୁଷ୍ଠାନର ସଭାପତି ଡ଼ ସୁଶାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଡ଼.ଶ୍ବେତ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଦୀନବନ୍ଧୁ ଦାସ, ଆଇଆଇଟି ଖଡ଼କପୁର ଇଂଜିନିୟର ଗଣନାଥ ବେହେରା, ହସ୍ୟ ଅଭିନେତା ରବି କୁମାର ଓ ପ୍ରଶାସକ ଗୌତମ ଚରଣ ସ୍ବାଇଁ ପ୍ରମୁଖ ଯୋଗଦେଇ କଳିଙ୍ଗ ସିନେ ଆର୍ଟସର ସେବାନ୍ନୁମୁଖୀ କାର୍ଯ୍ୟକୁ ପ୍ରଶ°ସା କରିବା ସହିତ ଏହି ଅନୁଷ୍ଠାନ ସୁସ୍ଥ୍ ଓ ଶୃଙ୍ଖଳିତ ସମାଜ ଗଠନରେ ରାଜ୍ୟପାଇଁ ଗର୍ବ ଆଣିଦେବ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ‘ଜୀବନ ଜୀବିକା ଓ ଆଧ୍ୟାତ୍ମିକତା’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମଣିଷର ବ୍ୟସ୍ତବହୁଳ ଜୀବନ ଭିତରେ ଆଧ୍ୟାତ୍ମିକତା ଭାବ ଲୋପ ପାଇବାରେ ଲାଗିଛି। ଜୀବନ-ଜୀବିକା ପାଇଁ ଅନବରତ ସ°ଗ୍ରାମ କରୁଥିବା ମଣିଷ ଆଜି ଆଧୁନିକତାର ମାୟାରେ ଦିଗହରା ହୋଇଯାଇଛି। ବିଭିନ୍ନ କୁ ସ°ସ୍କାର ଭିତରେ ଘାଣ୍ଟି ଚକଟି ହେଉଛି। ଧ୍ୟାନ, ଯପ,ତପ ଓ ଯୋଗ ମଣିଷକୁ ସତ୍ କର୍ମର ବାଟ ଦେଖାଏ। ମଣିଷକୁ ଜ୍ଞାନୀ ଗୁଣୀ କରିବା ସହିତ ସୁସ୍ଥ ନିରୋଗ ରଖିବାରେ ସାହାଯ୍ୟ କରେ। ଜୀବନ-ଜୀବିକା ସୁପଥଗାମୀ ହୁଏ। ତେଣୁ ଆଧ୍ୟାତ୍ମିକତା ଜୀବନ, ଜୀବିକାର ମୂଳ ଉତ୍ସ ଅଟେ ବୋଲି ଆଲୋଚନାରେ ମତପ୍ରକାଶ ପାଇଥିଲା।

ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ବଳିତ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅନୁଷ୍ଠାନର ସଂପାଦକ ବିଦ୍ୟାଧର ବାରିକ ବାର୍ଷିକ ବିବରଣୀ ପାଠକରି ଉପସ୍ଥିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଭ୍ୟ ତଥା ସାମ୍ବାଦିକ ସୁକାନ୍ତ ରଉତ କରୋନା ସମୟରେ ଅନୁଷ୍ଠାନର ସେବାକାର୍ଯ୍ୟ ସମ୍ବନ୍ଧରେ କହିଥିଲାବେଳେ ଶେଷରେ ସ°ଗ୍ରାମ କିଶୋର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସତ୍ୟଜିତ୍, ନିଲୁ, ରାନୀ ଓ ଭରତ ସହଯୋଗ କରିଥିଲେ। ଅନୁଷ୍ଠାନ ପକ୍ଷରୁ ଅତିଥି ଓ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.