banner
Breaking

ସମାଜସେବୀ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ)ଙ୍କୁ ‘ଶାନ୍ତିସେବା ଓ ‘କରୋନା ଯୋଦ୍ଧା ସମ୍ମାନ’ ପ୍ରଦାନ

0

ଭୁବନେଶ୍ୱର :- ବିଶିଷ୍ଟ ସମାଜସେବୀ, ଯୁବନେତା, ପରୋପକାରୀ, ବନ୍ଧୁବତ୍ସଳ ଲୋକଙ୍କ ବିପଦ ଆପଦର ବନ୍ଧୁ ତଥା ଏକ ଦରଦି ହୃଦୟର ମଣିଷ ଶ୍ରୀ ବିଶ୍ୱଜିତ୍‌ ପଟ୍ଟନାୟକ (ସିଲୁ) ଙ୍କୁ ‘ଶାନ୍ତିସେବା ସମ୍ମାନ-୨୦୨୧’ ଓ ‘କରୋନା ଯୋଦ୍ଧା ସମ୍ମାନ’ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ବିଜେବି ନଗରଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଶ୍ରୀମତୀ ପଟ୍ଟନାୟକ ସହିତ ଅତିରିକ୍ତ ଟ୍ରାଫିକ୍ ଡିସିପିି କିଶୋର ପାଣିଗ୍ରାହୀ ଅତିଥି ରୂପେ ଯୋଗ ଦେଇ ଶ୍ରୀ ପଟ୍ଟନାୟକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ, ମାନପତ୍ର ତଥା ଫଳକ ଇତ୍ୟାଦି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଦୀର୍ଘ ଦୁଇଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଧରି ବିଭିନ୍ନ ଜନହିତକାରୀ ବିଶେଷକରି କରୋନା ମହାମାରୀ ସମୟରେ ନିଃସ୍ୱାର୍ଥପର ଜନ ସେବାରେ ନିଜକୁ ସାମିଲ କରିଥିବା ଶ୍ରୀ ପଟ୍ଟନାୟକ ବର୍ତ୍ତମାନ ମଧ୍ୟ ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ସାଧାରଣ ସଂପାଦକ ଦାୟିତ୍ୱ ସୂଚାରୂ ରୂପେ ସମ୍ପାଦନ କରି ସଂଘ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ରକ୍ତଦାନ, ବୃକ୍ଷରୋପଣ ଏବଂ ବାତ୍ୟା ଫନି, ହୁଡହୁଡ, ଫାଇଲିନ୍ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜେ ଓ ନିଜର ଅନୁଷ୍ଠାନକୁ ସାମିଲ କରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଅନୁଷ୍ଠାନର ସମ୍ମାନ ବଢାଇବାରେ ସହାୟକ ହୋଇଥିଲେ । ଉକ୍ତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଶାନ୍ତିଲତା ପାଣି ସ୍ୱାଗତ ଭାଷଣ ଦେଇଥିବାବେଳେ ସଂପାଦକ ସଞ୍ଜୟ କୁମାର ପରିଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ସମ୍ବର୍ଦ୍ଧନାର ଉ ରରେ ଶ୍ରୀ ପଟ୍ଟନାୟକ ଏହି ସମ୍ମାନକୁ ନିଜ ସଂଘକୁ ସମର୍ପଣ କରିବା ସହ ଏହା ସମାଜସେବା କ୍ଷେତ୍ରରେ ଆଗକୁ ବଢିବାରେ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ତଥା ବିଶିଷ୍ଟ ଶ୍ରମିକ ନେତା ନବ କିଶୋର ମହାନ୍ତି ଓ ଓଡିଶା ମାନବାଧିକାର ସଦସ୍ୟ ଅସିମ୍ ଅମିତାଭ ଦାସ, ଅନୁଷ୍ଠାନର ଟ୍ରଷ୍ଟି ଶାନ୍ତିଲତା ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଅଞ୍ଚଳର ବୁଦ୍ଧିଜୀବି ଶ୍ରୀ ପଟ୍ଟନାକୟକଙ୍କୁ ଏହି ଅବସରରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.