banner
Breaking

ପ୍ରାଚୀନ ଧର୍ମଗ୍ରନ୍ଥ ଜୀବନଚର୍ଯ୍ୟାର ଶିକ୍ଷା ଦିଏ : ତ୍ରିଲୋଚନ ରାଉତ

0

ଭୁବନେଶ୍ୱର,୨୮/୧(ଓଡ଼ିଆ ନ୍ୟୁଜ): ଆଧୁନିକତାର ବାତାବରଣରେ ଆଜିର ପିଲାମାନେ ମିଛୁଆ ଯନ୍ତ୍ର ମୋବାଇଲ ମାଧ୍ୟମରେ କୁପଥଗାମୀ ହେଉଛନ୍ତି। ନୀତି ଶିକ୍ଷା ଦେଉଥିବା ପ୍ରାଚୀନ ଧର୍ମଗ୍ରନ୍ଥ ଧିରେଧିରେ ବିଲୁପ୍ତ ହେବାକୁ ବସିଲାଣି। ଲୋକଙ୍କ ମନରୁ ଦୟା, କ୍ଷମା, ସହନଶୀଳତା ଲୋପ୍ ପାଇଯାଉଛି। ସର୍ବପୁରାତନ ଗ୍ରନ୍ଥ ଭଗବତ୍ ଗୀତା ପ୍ରତ୍ୟେକ ପାଦରେ ମଣିଷ ଜୀବନଚର୍ଯ୍ୟାର ଶିକ୍ଷା ଦେଇଥାଏ। ଏଣୁ ଆମ୍ଭେମାନେ ପ୍ରାଚୀନ ଧର୍ମଗ୍ରନ୍ଥ ଅଧ୍ୟୟନ କରିବା ନିହାତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି ତ୍ରିଲୋଚନ ରାଉତ ପାଠାଗାର ଉଦଘାଟନ କରିବା ଅବସରରେ କହିଛନ୍ତି।
ଗୁରୁବାର ଦିନ ଭୁବନେଶ୍ୱର ଉପକଣ୍ଠ ଢାୱା ଗ୍ରାମରେ ଥିବା ବହୁ ପୁରାତନ ସୋମନାଥ ମନ୍ଦିର ପିଠରେ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି ।ଆଧ୍ୟାତ୍ମିକ ଓ ଦେବାଦେବୀଙ୍କ ଉପରେ ଆଧାରିତ ପୁସ୍ତକ ସ୍ଥାନିତ କରାଯାଇଛି । ଏଠାକୁ ଆସୁଥିବା ଭକ୍ତମାନେ ସୋମନାଥଙ୍କୁ ଦର୍ଶନ କରିବା ସହିତ ପାଠାଗାରରେ କିଛି ସମୟ ଅତିବାହିତ କରି ଆଧ୍ୟତ୍ମିକତାର ଜ୍ଞାନ ଆହରଣ କରିପାରିବେ । ଆଜିର ଏହି ଉତ୍ସବରେ ସତ୍ୟସନ୍ଧାନର ଚିପ୍ ଏଡିଟର ତ୍ରିଲୋଚନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ଉଦ୍ୟଗପତି ସନ୍ଦିପ କୁମାର ମହାନ୍ତି , ନାରୀ ଜାଗରଣ ମଂଚ ର ସମ୍ପାଦିକା ସୁନିତା ପରିଡା , ଓଡିଶା ମିଡିଆ ୱେଲଫେୟାର ଆସୋସିଏସନର ଉପସଭାପତି ସଞ୍ଜୟ ମହାନ୍ତିଙ୍କ ସମେତ ବାବା ସୋମନାଥ ସେନା ଓ ନାରୀଜାଗରଣ ମଂଚର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.