banner
Breaking

ଡିଷ୍ଟ୍ରିଟସେଣ୍ଟର ଓ୍ବନର୍ସ ଆସୋସିଏସନରରେ ସାଧାରଣତନ୍ତ୍ର ଦିବସ ପାଳିତ।

0

ଭୁବନେଶ୍ୱର : ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ ଡିଷ୍ଟ୍ରିକ୍ଟ ସେଣ୍ଟର କମ୍ୟୁନିଟି ହଲ ପ୍ରାଙ୍ଗଣରେ ୭୨ ତମ ସାଧାରଣତନ୍ତ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ପ୍ରକାଶ ଚନ୍ଦ୍ର ବିଜୁଳି ଆନୁଷ୍ଠାନିକ ଭାବରେ ଜାତୀୟ ପତାକା ଉତ୍ତୋଳନ କରି ତାଙ୍କ ସଂକ୍ଷିପ୍ତ ଅଭିଭାଷଣରେ ସେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦେଶର ସାର୍ବଭୌମିକ, ବ୍ୟକ୍ତି ସ୍ୱାଧୀନତା ବିଶ୍ୱ ଭାତୃଭାଵ ଓ ସ୍ୱଦେଶୀ ଭାବନାକୁ ଗୁରୁତ୍ୱ ଦେବା ପାଇଁ ଆହ୍ୱାନ ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ତଥା ଦିଗଦର୍ଶକ ଦାମୋଦର ପ୍ରଧାନୀ ସମ୍ପୂର୍ଣ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ସାଧାରଣ ସମ୍ପାଦକ ସରୋଜ କାନ୍ତ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସର୍ବଶ୍ରୀ ପ୍ରସନ୍ନ କୁମାର ରଥ, , କୈଳାଶ ଚନ୍ଦ୍ର ପ୍ରଧାନ, ସେକ ସlହlଜାନ, ଗୋବର୍ଧନ ସାହୁ, ଅଭୟ କୁମାର ନାୟକ, ଖଗେଶ୍ୱର ଖଣ୍ଡାୟତରାୟ, ରବୀନ୍ଦ୍ର କୁମାର ପାଢ଼ୀ, ବିଜୟ କୁମାର ରାଉତ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ରମେଶ ଚନ୍ଦ୍ର ବାରିକ, ସୁକାନ୍ତ ଭୂୟାଁ, ଚନ୍ଦ୍ର ଶେଖର ପାତ୍ର, ପଙ୍କଜ ବେହେରା, ଶଶାଙ୍କ ଶେଖର ଦାସ ପ୍ରମୁଖ କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ ଦେବାପାଇଁ ପ୍ରମୁଖଭୂମିକା ଗ୍ରହଣ କରିଥିଲେ ଏବଂ ଶେଷରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଯୋଗେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.