banner
Breaking

ନୀଳାଦ୍ରି ବିହାର ଆବାସିକ ସ°ଘରେ ସାଧାରଣତନ୍ତ୍ର ଦିବସ ପାଳିତ।

0

ଭୁବନେଶ୍ୱର,୨୬/୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଆବାସିକ ସ°ଘ ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ଆବାସିକ ପଡିଆ ଠାରେ ପାଳିତ ହୋଇଯାଇଛି। ସ°ଘର ସଭାପତି ଶ୍ରୀଧର ସାହୁ ଓ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ମନମୋହନ ପଟ୍ଟନାୟକ ମିଳିତଭାବେ ପତାକା ଉତ୍ତୋଳନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିହିର ମିଶ୍ର, ରବିନାରାୟଣ ପଣ୍ଡା, ଅରୁଣ ଦାସ ପ୍ରମୁଖ ଯୋଗଦେଇ ସାଧାରଣତନ୍ତ୍ର ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ସ°ଘର ସମ୍ପାଦକ ଦେବେନ୍ଦ୍ର ପାତ୍ର ସଭା ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ ଅରୁଣ ଦେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଆବାସିକ ସ°ଘର ସମସ୍ତ କର୍ମକର୍ତ୍ତା, କଲୋନୀର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ ମହିଳାମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.