banner
Breaking

ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୮ମ ବାର୍ଷିକ ଉତ୍ସବ ପାଳିତ ସମ୍ମାନିତ ହେଲେ ୨୦ଜଣ ପ୍ରେରଣାଦାୟୀ ବ୍ୟକ୍ତିବିଶେଷ

0

ଭୁବନେଶ୍ୱର,୨/୧୦ : ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୮ମ ବାର୍ଷିକ ଉତ୍ସବ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଅଛି । “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସମ୍ପାଦକ ଦିବ୍ୟଜିତ୍ ସାହୁଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମକୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ଖାଦ୍ୟ ଯୋଗାଣ ମନ୍ତ୍ରୀ), ଡଃ ଅରୁଣ କୁମାର ସାହୁ (କୃଷି ମନ୍ତ୍ରୀ) ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଜଷ୍ଟିସ୍ ମଦନ ମୋହନ ଦାସ (ବିଚାରପତି), ଶ୍ରୀଯୁକ୍ତ ତାରାରଂଜନ ପଟ୍ଟନାୟକ (ପ୍ରତିଷ୍ଠାତା-ଫାଲ୍କନ୍ ମେରାଇନ୍) ଏବଂ ରାକେଶ ମୋହନ (ବେଦାନ୍ତ ଲିମିଟେଡ୍) ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ପ୍ରୟାସକୁ ସାଧୁବାଦ୍ ଜଣାଇବା ସହ ସଫଳତା କାମନା କରିଥିଲେ । ମଞ୍ଚସଭା ପରେ ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପରିବାର ତରଫରୁ ସମ୍ମାନଜନକ “ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତି” ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟା “ଭିଜନ୍ ଅଫ୍ ଓଡ଼ିଶା-୨୦୧୯” ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ମହାନ୍ତି ଏବଂ ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ଉପସ୍ଥିତ ଥିଲେ । ପରିଶେଷରେ ସହ-ସମ୍ପାଦକ ଶୁଭୋଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନ : ଡଃ ପ୍ରତିଭା ରାୟ (ସାହିତ୍ୟ), ରାଜେଶ ପ୍ରଭାକର ପାଟିଲ୍, ଆଇଏଏସ୍ (ପ୍ରଶାସନିକ ସେବା), ପି.ସି.ଚୋବେ, ପରିଚାଳନା ନିର୍ଦ୍ଦେଶକ (ପେଟ୍ରୋଲିୟମ୍), ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି ସେଣ୍ଟ୍ରାଲ୍ (ପୋଲିସିଂ), ପ୍ରଫେସର ପଦ୍ମଜା ମିଶ୍ର, ଭିସି ରମାଦେବୀ ବିଶ୍ୱବିଦ୍ୟାଳୟ (ଶିକ୍ଷା), ଡଃ ସି.ଏସ୍.ରଂଜନ ଇକ୍କା, ଏମ୍ଏଲ୍ଏ, ରାଜଗାଙ୍ଗପୁର (ରାଜନୀତି), ଅଶ୍ୱିନୀ କୁମାର ରଥ, ପ୍ରତିଷ୍ଠାତା ନିର୍ଦ୍ଦେଶକ, ବାଟୋଇ ସିଷ୍ଟମ୍ (ପ୍ରଯୁକ୍ତି ବିଦ୍ୟା), ଏସ୍.ପି. ମହାନ୍ତି, ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଏଚ୍ଆଇଏଲ୍ ଲିଃ. (କର୍ପୋରେଟ୍), ଜେ.କେ. ମହାନ୍ତି, ପରିଚାଳନା ନିର୍ଦ୍ଦେଶକ, ସ୍ୱସ୍ତି ଗ୍ରୁପ୍ (ହସ୍ପିଟାଲିଟି), ବ୍ରଜ କିଶୋର ପ୍ରଧାନ, ଏମ୍ଏଲ୍ଏ, ତାଳଚେର (ରାଜନୀତି), ଏନ୍.ଏନ୍. ମହାନ୍ତି ଗ୍ରୁପ୍ (ମାଇନିଂ), ପାର୍ଥଜିତ୍ ପଟ୍ଟନାୟକ, ନିର୍ଦ୍ଦେଶକ ଫାଲ୍କନ୍ ମେରାଇନ୍ ଇଷ୍ଟେଟ୍ (ରିୟଲ୍ ଇଷ୍ଟେଟ୍), ଅଭିନାଶ ସାମଲ, ନିର୍ଦ୍ଦେଶକ, ଏମ୍ପାରିଓ ପ୍ରେଷ୍ଟିଜ୍ (ଅଟୋମୋବାଇଲ୍), ବାବୁସାନ୍ ମହାନ୍ତି, ଓଲିଉଡ୍ ଅଭିନେତା (ଅଭିନୟ), ମନୋରଂଜନ ମିଶ୍ର, ସମ୍ପାଦକ, କନକ ନ୍ୟୁଜ୍ (ସାମ୍ବାଦିକତା), ପ୍ରମୋଦ ଭଗତ୍, ବିଶ୍ୱ ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ (କ୍ରୀଡ଼ା), ଇଂ. ବାନାର୍ଜୀ (ଖଣି), ଡଃ ରାମଚନ୍ଦାନୀ, ଡାକ୍ତର, ଭୀମ୍ସାର୍ (ସ୍ୱାସ୍ଥ୍ୟ ସେବା), ସୌମେନ୍ଦ୍ର ମିଶ୍ର, ନିର୍ଦ୍ଦେଶକ ଓଭିଓ ଫାର୍ମ ଲିଃ (କୃଷି) ।ସ୍ୱତନ୍ତ୍ର ଜୁରୀ ଆୱାର୍ଡ଼ : ଡଃ ଉମେଶ ଚନ୍ଦ୍ର ଜେନା, ଯୁଗ୍ମ ନିର୍ଦ୍ଦେଶକ (ଖଣି), ପ୍ରିୟବ୍ରତ ଧୀର, ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ସ୍ପର୍ଶ ହସ୍ପିଟାଲ୍ (ସ୍ୱାସ୍ଥ୍ୟ ସେବା), ଶଙ୍କର ଗୁପ୍ତା, ଅଧ୍ୟକ୍ଷ, ଏସ୍ଜିବିଏଲ୍ ଗ୍ରୁପ୍, ମକରନ୍ଦ ମୁଦୁଲି, ବିଧାୟକ, ରାୟଗଡ଼ା, ଡଃ ଅରୁନ୍ଧତୀ ଦେବୀ, ସମାଜସେବା ଓ ଶାନ୍ତି), ମାନସ କୁମାର ସାହୁ (ବାଲୁକା କଳା) ।

Khansweb Solution Bhubaneswar

Leave A Reply

Your email address will not be published.