banner
Breaking

୨ ନମ୍ବର ଓ୍ବାର୍ଡରେ ବିଜେଡିର କର୍ମୀ ସମ୍ମିଳନୀ ଓ କମ୍ବଳ ବଣ୍ଟନ।

0

ଭୁବନେଶ୍ୱର : କୋରନା ମହାମାରୀ ବିଭୀଷିକାର ବହୁଦିନ ପରେ ଆଜି ଶିଖର ଚଣ୍ଡୀ ନଗର ଅନ୍ତର୍ଗତ ୱାର୍ଡ ନଂ-୨ ରେ ବିଜୁଜନତା ଦଳ ତରଫରୁ ଏକ କର୍ମ୍ମୀ ସମ୍ମିଳନୀ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ କମଳ ବଣ୍ଟନ କାର୍ଯ୍ୟକ୍ରମ ଭୁବନେଶ୍ୱର ସାଙ୍ଗଠଟିକ ଜିଲ୍ଳା ଉପସଭାପତି ମିହିର କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାନ୍ୟବର ଗୃହ ଓ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ମାନ୍ୟବର ଉତ୍ତର ବିଧାୟକ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ରାଉତ ଉପସ୍ଥିତ ରହି କର୍ମୀ ମାନଙ୍କୁ ଉତ୍ସାହିତ କରିବା ସହିତ ଦଳକୁ କିଭଳି ମଜବୁତ କରାଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ୱାର୍ଡ-୨ ର ପୂର୍ବତନ କର୍ପୋରେଟର ହରିଷ ମୁର୍ମୁ, ୱାର୍ଡ ନଂ-୨ ସଭାପତି ରାଜେଶ ବିଶୋଇ, ଉତ୍ତର ଯୁବ ଉପସଭାପତି ଏନ ନରେଶ ରାଓ, ଭୁବନେଶ୍ୱରର ଯୁବ ବିଜେଡି ସମ୍ପାଦକ ଭି ଗଙ୍ଗୁ ନାଇଡୁ,ଶିଖର ଚଣ୍ଡୀ ନଗରର ମନ୍ଦିର ସଭାପତି ଗୋବିନ୍ଦ ମୂର୍ତ୍ତି,ପୂର୍ବତନ ସଭାପତି ବିରଞ୍ଚି ନାରାୟଣ ମଲ୍ଲିକ,ମୁସଲିମ ସାହିର ସମ୍ପାଦକ ରେହାମାନ ବାବୁ,ବରିଷ୍ଠ ନାଗରିକ ସଭାପତି କେ.ଆଚାରୀ, ମହିଳା ନେତ୍ରୀ କେ.ଲକ୍ଷ୍ମୀ,ପି.ଭୂଦେବୀ, କେ.ସୀତାମା,ସରସ୍ୱତୀ ମଣ୍ଡଳ, ଉଷା ପ୍ରଧାନ,ରାଣୀ ଆଚାରୀ,କେ.ଦୁର୍ଗାମା,ବଙ୍ଗାଳି ଆମା,ସାହାବାନ ବିବି,ଆଦାମା,ସୁନିତା ସିଂ,ଯୁବ ନେତା ରାମୁ, କ୍ରିଷ୍ଣା, ଜେନା,ବାବୁନି,ସୁବ୍ରତ,ଗଣେଷ କ୍ଲବ ସଭାପତି କାମେଶ ରାଓ,ଓଁମ ସାଇ କ୍ଲବର ସଭାପତି ସନ୍ତୋଷ ହନିଫ ମାଳିଦା ଓ ସଫେଇ ସୁପର ଭାଇଜର ନିରୋଦ ଙ୍କୁ ମାନ୍ୟବର ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବ ଶେଷରେ ସଫେଇ କର୍ମଚାରୀ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ କମଳ ବଣ୍ଟା ଯାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.