banner
Breaking

ଅରୁଣ ବୋଥ୍ରାଙ୍କୁ ନୂଆବର୍ଷ ଭେଟି।

0

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ନୂଆବର୍ଷ ଭେଟି ସ୍ବରୂପ ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏଥିସହିତ ୮ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ୨୦୨୧ ଜାନୁୟାରୀ ୧ ରୁ ପଦୋନ୍ନତି ଦିଆଯାଇଛି। ୧୯୯୬ ବ୍ୟାଚ୍‌ର ଅରୁଣ ବୋଥ୍ରା ପୋଲିସ ବିଭାଗର ଅତିରିକ୍ତ ଡିଜି ହେବେ। ସେହପରି ୧୯୯୬ ବ୍ୟାଚ ସଞ୍ଜୟକୁମାର ସିଂଙ୍କୁ ମଧ୍ୟ ଅତିରିକ୍ତ ଡିଜି ପଦକୁ ପଦୋନ୍ନତି ଦିଆଯାଇଛି ।

୧୯୯୬ ବ୍ୟାଚ ସୁନୀତା କାକରଙ୍କୁ ଏଡିଜି ଭାବେ ପଦୋନ୍ନତି ଦିଆଯାଇଛି। ସେ ଏବେ ଡେପୁଟେସନରେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି ।

୨୦୦୩ ବ୍ୟାଚ୍‌ ଆଇପିଏସ ଅଧିକାରୀ କବିତା ଜଲାନଙ୍କୁ ଆଇଜି ପୋଲିସ ଭାବେ ପଦୋନ୍ନତି ଦିଆଯାଇଛି। ସେହିପରି ୨୦୦୩ ବ୍ୟାଚ୍‌ ହିମାଂଶୁ କୁମାର ଲାଲଙ୍କୁ ଆଇଜି ଭାବେ ପଦୋନ୍ନତି ଦିଆଯାଇଛି । ୨୦୦୩ ବ୍ୟାଚ ଆଇପିଏସ ଅଧିକାରୀ ଏବଂ ୨୦୦୩ ବ୍ୟାଚ୍‌ ଆଇପିଏସ ଅଧିକାରୀ ସଂଜୟ କୁମାର କୌଶଲଙ୍କୁ ଆଇଜିପି ର଼୍ୟାଙ୍କକୁ ପଦୋନ୍ନତି ଦିଆଯାଇଛି। ୨୦୦୩ ବ୍ୟାଚ୍‌ ଆଇପିଏସ ଅଧିକାରୀ ନିଖିଲ କିମାର କୋଣ୍ଡାଙ୍କୁ ପର୍ଫୋମା ପ୍ରମୋସନ ପ୍ରଦାନ କରାଯାଇଛି। ସେ ଏବେ କେନ୍ଦ୍ର ସରକାରଙ୍କ ପାଇଁ ଡେପୁଟେସନରେ କାର୍ଯ୍ୟ କରୁଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.