banner
Breaking

ସାଇ ଜରାଶ୍ରମରେ ବରିଷ୍ଠ ନାଗରିକ ସ୍ୱାଭିମାନ ଗୃହ ଉଦ୍‌ଘାଟିତ

0

ଭୁବନେଶ୍ୱର,୩୦/୧୧(ଓଡ଼ିଆ ନ୍ୟୁଜ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରଘୁନାଥପୁର ସ୍ଥିତ ଶିରିଡି ସାଇ ସନ୍ଥ ଆଶ୍ରମ ଓ ଜରାନିବାସ ପରିସରରେ ସରକାରଙ୍କର କୋଭିଡ୍ ନିୟମକୁ ମାନି ଶ୍ରୀ ସାଇଙ୍କର ଚଭାଡି ଶୋଭାଯାତ୍ରା କରାଯାଇଥିଲା । ଏହି ଅବସରରେ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କର ସମସ୍ୟା ଓ ଅସୁବିଧାକୁ ଦୃଷ୍ଟିରେ ରଖି ଜରାଶ୍ରମ ପରିସରରେ ଏକ ବରିଷ୍ଠ ନାଗରିକ ସ୍ୱାଭିମାନ ଗୃହକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ ଲୋକାର୍ପଣ କରିଥିଲେ। ସମ୍ମାନିତ ଅତିଥି ଭାବରେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି ମଧୁମାଧବ ଜେନା ଓ ବରିଷ୍ଠ ସାଇଭକ୍ତ ସମରେନ୍ଦ୍ର ସାହୁ, ଦିଲିପ ସାହୁ, ଦୀପକ ସିଂ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନେ ଯଦି କୌଣସି ଜାଗାରେ ହଇରାଣ ହେଉଥିବାର କଥା ଦୃଷ୍ଟିକୁ ଆସିଲେ ସେମାନଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସ୍ୱାଭିମାନ ଗୃହରେ ରଖିବାର ବ୍ୟବସ୍ଥା କରାଯିବ ବୋଲି ମତପ୍ରକାଶ ପାଇଥିଲା । ଉକ୍ତ ଗୃହରେ ସମସ୍ତ ପ୍ରକାର ଅତ୍ୟାଧୁନିକ ମେଡିକାଲ ସରଞ୍ଜାମ ସହିତ ମନୋରଞ୍ଜନ ଓ ଖେଳ ସାମଗ୍ରୀ ଉପଲବ୍ଧ କରାଯାଇଛି । ବିଶିଷ୍ଟ ଅତିଥି ରୂପେ ସମାଜସେବୀ ତଥା ବିଜେଡି ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ ଓ ରଘୁନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପବିତ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଶ୍ରମ ପରିସରରେ ଏକ ଆଶୁ ଚିକିାଳୟ ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏକ ପରୀକ୍ଷାଗାର ଉଦ୍‌ଘାଟନ କରିଥିଲେ। ଗ୍ରାମାଞ୍ଚଳ ବରିଷ୍ଠ ନାଗରିକ ସଂଘ ସଭାପତି ମାୟାଧର ନନ୍ଦ, ଡ. ବିଜୟ କୁମାର ଜେନା, ଦୀଲିପ୍ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଆଶ୍ରମର ଅନ୍ତେବାସୀମାନଙ୍କ ଦ୍ୱାରା ସାଇ ଭଜନ ପରିବେଷଣ କରାଯାଇଥିଲା ଓ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପାରିଜାତ, ଅର୍ଜୁନ, ବର, ଅଶ୍ୱ ଗଛ ରୋପଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ଆଶ୍ରମର ସଭାପତି ଆଶୀଷ କୁମାର ନାୟକ, ସମ୍ପାଦକ ବିଜୟ କୁମାର ମାର୍ଥା, ଅଭୟ କୁମାର ରାଉତରାୟ, କେ. ଦୀଲ୍ଲିପ୍ ରାଓ, ମନୋରଞ୍ଜନ ସାସମଲଙ୍କ ସହିତ ଅଳ୍ପ ସଂଖ୍ୟକ ଭକ୍ତ ଯୋଗ ଦେଇଥିଲେ । ଏହାପରେ ଏକ ଧ୍ୟାନକୁଟୀରର ଶୁଭ ଦିଆଯାଇଥିଲା । ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସାଇ ଜରାଶ୍ରମର ମ୍ୟାନେଜିଂ ଟ୍ରଷ୍ଟି ବିଜୟ କୁମାର ପାତ୍ର ପରିଚାଳନା କରିଥିଲେ ଓ ଚନ୍ଦନ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.