banner
Breaking

ଭୁବନେଶ୍ୱର ଉତ୍ତର ଭଷାଣୀ କମିଟିର ପ୍ରସ୍ତୁତି ବୈଠକ। ସ୍ୱଚ୍ଛତା, ଶବ୍ଦ ପ୍ରଦୁଷଣ, ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ। ଏଥର ଭାଗନେବେ ୨୦ଟି ମେଢ଼

0

ଭୁବନେଶ୍ୱର, ୦୨/୧୦(ଓଡ଼ିଆ ନ୍ୟୁଜ) ଭୁବନେଶ୍ୱର ଉତ୍ତର ଭଷାଣୀ କମିଟିର ପ୍ରସ୍ତୁତି ବୈଠକ ଶୈଳଶ୍ରୀ ବିହାର ସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭଷାଣୀ କମିଟିର ସଭାପତି ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଜୋନ୍-୬ ଏସିପି ତରୁଣ କାନ୍ତ ଦାସ, ଚନ୍ଦ୍ରଶେଖରପୁୁର ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, ଇମ୍ଫୋସିସ୍ ଥାନା ଅଧିକାରୀ ବିଶ୍ୱଜିତ ମହାନ୍ତି, ନନ୍ଦନକାନନ ଥାନା ଅଧିକାରୀ ପରମାନନ୍ଦ ନାୟକ ଓ କିଶୋର ଜେନା ପ୍ରମୁଖ ଯୋଗ ଦେଇ, ସ୍ୱଚ୍ଛତା ରକ୍ଷାକରିବା, ଡିଜେ ନ ବଜାଇବା, ଆଇନ ଶୃଙ୍ଖଳା ରକ୍ଷା କରିବା, ଶବ୍ଦ ପ୍ରଦୂଷଣ ନକରିବା ଓ ଭଷାଣୀ ସମୟରେ ନିଶାଦ୍ରବ୍ୟ ସେବନ ନକରିବା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷାକରି ଟ୍ରାଫିକ ନିୟମ ମାନି ଚାଲିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମରେନ୍ଦ୍ର ସାହୁ, ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ମୃତ୍ୟୁଞ୍ଜୟ ଷଢ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏଥିରେ ଉତ୍ତର ଭୁବନେଶ୍ୱର ସମସ୍ତ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମିହିର ରାଉତ, ପ୍ରିତିନନ୍ଦା ରାଉତ ରାୟ, ସୌଭାଗ୍ୟ ବାରିକ, ସ୍ୱର୍ଣ୍ଣପ୍ରଭା ରାୟ, ସୁରେଷ ରଥ, ସନ୍ତୋଷ ମହାନ୍ତି, ପ୍ରଦିପ ଜେନା, ମନମୋହନ ପନାୟକ, ସୁକାନ୍ତ ପରିଡା, ବିଶ୍ୱନାଥ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଫେଜ୨ ଦୁର୍ଗାପୂଜା କମିଟିର ସଭାପତି ମଦନ ମୋହନ ଭୁୟାଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.