banner
Breaking

ମାଇକ୍ରୋସଫ୍ଟ ଆଜୁରା ଏବଂ ଆଜୁରା ଏଆଇ ଦ୍ୱାରା ପୈସା ବଜାର ଡଟ୍ କମ୍‌ର ଋଣ ପ୍ରଦାନ ଅଧିକ ସହଜ ହୋଇଛି

0

ପୈସା ବଜାର ଡଟ୍ କମ୍ ପକ୍ଷରୁ ଏହାର ପୈସା ବଜାର ଷ୍ଟାକ୍‌ରେ ମାଇକ୍ରୋସଫ୍ଟର ଆଜୁରା ଏବଂ ଆଜୁରା ଏଆଇର ବ୍ୟବହାର କରାଯାଇଛି । ଏହାଦ୍ୱାରା କଂଟାକ୍ଟଲେସ୍ ପ୍ରୋସେସ୍‌ରେ ଋଣ ପ୍ରଦାନ କାର୍ଯ୍ୟ ୩ରୁ୫ ଘଂଟା ମଧ୍ୟରେ ସମ୍ଭବ ହୋଇପାରୁଛି । ଏହି ଷ୍ଟାକ୍ ବିଭିନ୍ନ ଅଂଶୀଦାର ବ୍ୟାଙ୍କ ସହିତ ଏନ୍‌ବିଏଫ୍‌ସିି ସହଜରେ ଯୋଗାଯୋଗ ସମ୍ଭବ ହୋଇପାରୁଛି । ପୂର୍ବରୁ ଏଥି ପାଇଁ ୩ରୁ ୭ ଦିନ ସମୟ ଲାଗୁଥିଲା ।

ପୈସା ବଜାର ଡଟ୍ କମ୍ ୧୩୦ରୁ ଅଧିକ ଅଂଶୀଦାରଙ୍କ ସହିତ ଋଣ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିଛି । ୧୨୦୦ରୁ ଅଧିକ ସହରରୁ ଏନେଇ କ୍ରେଡିଟ୍ ଏନକ୍ୱାରୀ ମଧ୍ୟ କରାଯାଉଛି । କୋଭିଡ୍‌-୧୯ ଲକ୍ ଡାଉନ୍ ସମୟରେ ଋଣ ପ୍ରଦାନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ତେବେ ଡିଜିଟାଲ ଷ୍ଟାକ୍ ଦ୍ୱାରା ଏବେ ଏଥିରେ ସୁଧାର ଆସିପାରିଛି ।

ଏସମ୍ପର୍କରେ ପୈସା ବଜାର ଡଟ୍ କମ୍‌ର ଚିଫ୍ ଟେକ୍ନୋଲୋଜି ଅଫିସର ମୁକେଶ ଶର୍ମା କୁହନ୍ତି, ଏହି ଷ୍ଟାକ୍ ଋଣ ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତନ ଆଣିପାରିଛି । ବାସ୍ତବତାକୁ ହୃଦୟଙ୍ଗମ କରି ଆମେ ଏହାକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି । ସମ୍ପୂର୍ଣ୍ଣ ପେପରଲେସ୍ ପ୍ରଣାଳୀକୁ ଗ୍ରାହକ ଏବେ ବେଶ୍ ପସନ୍ଦ କରୁଛନ୍ତି । ଏଆଇ ଏବଂ କେଗ୍ନିଟିଭ୍ ସର୍ଭିସ୍ ଦ୍ୱାରା ଲୋନ୍ ପ୍ରଦାନ ଡିଜିଟାଲି ସମ୍ପନ୍ନ ହୋଇପାରୁଛି । ମାଇକ୍ରୋସଫ୍ଟ ଆଇଡିସି କମିଶନ ଅନୁସାରେ ଜ୍ଞାନକୌଶଳ, ପ୍ରୋସେସ୍‌, ଡାଟା କ୍ଷେତ୍ରରେ ଏବେ ନବୀନତମ ପରିବର୍ତନ ଆସିଛି ।

ମହାମାରୀ ପୂର୍ବରୁ ଆମେ ପେପରଲେସ୍ ଡିଜିଟାଲ ପ୍ରଣାଳୀ ସୃଷ୍ଟି ପାଇଁ ଉଦ୍ୟମ କରିଥିଲୁ । ମାତ୍ର ଏହା ସଫଳ ହୋଇ ପାରି ନ ଥିଲା । ତେବେ ଲକ୍ ଡାଉନ୍ ଘୋଷଣା ପରେ ଆମେ ପ୍ରଥମେ ଏହି ଷ୍ଟାକ୍‌ର ପ୍ରଚଳନ କରିଥିଲୁ ।

ପୈସା ବଜାର ଷ୍ଟାକ୍ ବେଶ୍ ସହଜ । ଘରେ ବସି ଗ୍ରାହକ ଋଣ ନେଇ ପାରୁଛନ୍ତି । ଆଜୁରା କୋଗ୍ନିଟିଭ୍ ବ୍ୟବହାର ଦ୍ୱାରା ଗ୍ରାହକଙ୍କ ସହିତ ଭିଡ଼ିଓରେ କେୱାଇସି କାର୍ଯ୍ୟ ସମ୍ପନ୍ନ ହୋଇପାରୁଛି ।
ସେହିପରି ଆୟ ଏବଂ ଚାକିରୀ ସମ୍ପର୍କିତ ବୈଧତା ମଧ୍ୟ ଏଆଇ ସହାୟତାରେ ଯାଂଚ୍ ହୋଇପାରୁଛି ।

ଏହା ସହିତ ରିପେମେଂଟ୍ ଏବଂ ଚୁକ୍ତି ସ୍ୱାକ୍ଷର ମଧ୍ୟ ସହଜରେ କରାଯାଇ ପାରୁଛି ।
ଅପରପକ୍ଷରେ ଆପ୍ରୁଭାଲକୁ ନିଶ୍ଚିତ କରିବା ଫାଇଁ ସୁରକ୍ଷିତ ଆଜୁରା କ୍ୟୁବରନେଟ୍ ଏବଂ କଂଟେନର ସର୍ଭିସ୍ ଦ୍ୱାରା ବରୋରର୍ ପ୍ରୋଫାଇଲ୍ ପ୍ରସ୍ତୁତ କରାଯାଇ ଋଣ ଗ୍ରହଣକାରୀଙ୍କ ଆୟ, କ୍ରେଡ଼ିଟ୍ ସ୍କୋର୍‌, ବୟସ ଆଦି ସମ୍ପର୍କରେ ସହଜରେ ତଥ୍ୟ ସଂଗ୍ରହ କରାଯାଇପାରୁଛି । ଋଣ ଆବେଦନ ପତ୍ର ଏକ୍ସଲେଂଟ୍‌, ଗୁଡ, ଫେୟାର ଏବଂ ପୋର୍ ଆଦି ମାନକ ଦ୍ୱାରା ସମ୍ପନ୍ନ ହେଉଛି । ଏହି ବୈଶିଷ୍ଟ ପ୍ରଣୟନ ହେବାର ୧୮ ମାସ ମଧ୍ୟରେ ଋଣ ପ୍ରଦାନ କ୍ଷେତ୍ରରେ ବହୁ ଉନ୍ନତି ପରିଲକ୍ଷିତ ହୋଇଛି ।
ଏସମ୍ପର୍କରେ ମାଇକ୍ରୋସଫ୍ଟ ଇଣ୍ଡିଆର ଚିଫ୍ ଅପରେଟିଂ ଅଫିସର ରାଜୀବ ସୋଧୀ କୁହନ୍ତି, ଭାରତ ଭଳି ଦେଶରେ ବିଭିନ୍ନ ସଂସ୍ଥା ନିଜର ଆବଶ୍ୟକତା ଅନୁସାରେ କାର୍ଯ୍ୟ ପ୍ରଣାଳୀରେ ଜ୍ଞାନକୌଶଳର ଉପଯୋଗ କରୁଛନ୍ତି । ଏହା ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଗୁଡ଼ିକୁ ବେଶ୍ ଆକୃଷ୍ଟ କରିପାରିଛି । ସଫଳତା ପାଇଁ ଡିଜିଟାଲିକରଣ ଉପରେ ଗୁରୁତ୍ୱାରୋପ କରାଯାଉଛି । ଆମେ ବିଭିନ୍ନ ସଂସ୍ଥା ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।
ସମ୍ପ୍ରତି ମାଇକ୍ରୋସଫ୍ଟ ଆଇଡିସି ପକ୍ଷରୁ ପ୍ରକାଶିତ ସର୍ଭେ ସମ୍ପର୍କିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବହୁ ବ୍ୟବସାୟିକ ସଂସ୍ଥା ନବୀନତମ ପ୍ରଣାଳୀ ଗ୍ରହଣ କରିବା କ୍ଷେତ୍ରରେ ଆଗୁଆ ରହିଛନ୍ତି । ଏବେ ନବୀନକରଣ ଆଉ ଇଛାଧୀନ ନୁହେଁ । ଏହା ଏକ ଆବଶ୍ୟକତା ବୋଲି ଏଥିରେ ଦର୍ଶାଯାଇଛି । ୭୭ ପ୍ରତିଶତ ଭାରତୀୟ ସଂସ୍ଥା ନବୀନକରଣ ଦ୍ୱାରା ନିଜର ପ୍ରଦର୍ଣନ କ୍ଷମତା ବୃଦ୍ଧି କରାଇ ପାରିଛନ୍ତି । ୬ ମାସ ମଧ୍ୟରେ ନବୀନକରଣ କ୍ଷେତ୍ରରେ ୪ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ୭୮ ପ୍ରତିଶତ ଭାରତୀୟ ସଂସ୍ଥାରେ ଡିଜିଟାଲୀକରଣ ଜାରି ରହିଛି । ଏହା ଭାରତୀୟ ଉଦ୍ୟୋଗ ନିଜର ଉତ୍ପାଦ ଏବଂ ସେବାରେ ଆସନ୍ତା ୩ ବର୍ଷ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି କରିପାରିବେ । ଏବେ ଏହା ୩୬ ପ୍ରତିଶତ ରହିଛି । ୬୪ ପ୍ରତିଶତ ସଂସ୍ଥା ଇନୋଭେଶନ ଦ୍ୱାରା କାରବାର ସହଜ ହୋଇଥିବା ସୂଚିତ କରିଥିବାବେଳେ ୩୨.୫ ପ୍ରତିଶତ ଭାରତୀୟ ବ୍ୟବସାୟିକ ସଂସ୍ଥା ସେମାନଙ୍କର ଉତ୍ପାଦ ଏବଂ ସର୍ଭିସ୍‌ରେ ଏହାର ପ୍ରୟୋଗ କରିଛନ୍ତି । ସେହିପରି ୪୫ ପ୍ରତିଶତ ସଂସ୍ଥ ।ଗତ ୧୨ ମାସ ମଧ୍ୟରେ ଜ୍ଞାନକୌଶଳ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିବା କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.