banner
Breaking

ଲେଡିଜ ଫୋରମର ବସ୍ତି ପିଲାଙ୍କ ସହ ଶିଶୁ ଦିବସ ପାଳନ।

0

ଭୁବନେଶ୍ୱର : ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ ଦୁର୍ଗା ମଣ୍ଡପ ବସ୍ତି ପିଲାଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବସ୍ତି ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । କରୋନା ସଚେତନତା ଚିତ୍ରାଙ୍କନର ବିଷୟବସ୍ତୁକୁ ନେଇ ପିଲାମାନେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କିଥିଲେ । ଦୁର୍ଗାମଣ୍ଡପ ବସ୍ତିର ପ୍ରାୟ ୭୦ ଜଣ ଶିଶୁ ଏଥିରେ ଅଂଶଗ୍ରହଣ କରିଥିଲେ । ସମାଜସେବୀ ତ୍ରିନାଥ ଲେଙ୍କା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶ ଗଠନରେ ଶିଶୁ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । କରୋନା ସଂକ୍ରମଣ ଆରମ୍ଭ ସମୟରେ ଲେଡିଜ୍ ଫୋରମର ବିଭିନ୍ନ ସମାଜସେବା ମୂଳକ ଅଭିଯାନକୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ ମୁଖ୍ୟ ଅତିଥି । ଫୋରମର ସମ୍ପାଦିକା ଅନୁରାଧା ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଏଥିରେ ଯୋଗ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.