banner
Breaking

ଶିଶୁ ଦିବସ ପାଳନ ଓ ସଚେତନତା କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନରେ ଶିଶୁଦିବସ ପାଳନ ପୂର୍ବକ ପଥରବନ୍ଧ ଲାୟନସ କ୍ଲବ୍ ଓ ଷ୍ଟାର୍ କ୍ଳବ୍, ତ୍ରିନାଥ ବସ୍ତିରେ ପଢୁଥିବା ପିଲା ମାନଙ୍କ ସହିତ ଶିଶୁ ଦିବସ ପାଳନ କରାଯାଇଛି। ଏଥିରେ କରୋନା ସଚେତନତା କରାଯିବା ସହିତ ମାସ୍କ୍, ପେନ୍, ପେନସିଲ୍, ବିସ୍କୁଟ, ରବର , ଚକୋଲେଟ୍ ଓ ଫଳ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ଡଃ ପ୍ରକାଶ ତ୍ରିପାଠୀ, ସମ୍ପାଦକ ଦୀପକ ନାୟକ, ନଳିନୀ ବେହେରା, ସୌମ୍ୟ ରଂଜନ ପ୍ରଧାନ, ଲୋକେଶ କୁମାର,ସର୍ବଜିତ ସାହୁ, ଅନନ୍ତ ରେଡ୍ଡୀ, ଶିବାନନ୍ଦ ତାଡ଼, ସନ୍ତୋଷ କୁମାର ସାହୁ, ବିନୋଦ ସାହୁ, ଅକ୍ଷୟ କୁମାର ସ୍ବାଇଁ, ବାବୁ ସାହୁ, ଦିଲ୍ଲୀପ ବେହେରା, ଦାସ ବାବୁ, ସୁଶାନ୍ତ କୁମାର ମୁଦୁଲି,ଦୀନବନ୍ଧୁ ପତି, ସ୍ମୃତି ରଞ୍ଜନ ସାମଲ, ନରେନ୍ଦ୍ର ବିଶ୍ଵାଳ, ବିନୋଦ ସାହୁ ବାପୁ, ଆଲୋକ ପାଢ଼ୀ, ବିକା, ଭାଗୁ, ବାବୁଲି ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଆଲୋକର ପର୍ବ ଦୀପାବଳି ଉତ୍ସବରେ ଵାଣ ନଫୁଟାଇ ଘରେଘରେ ଦୀପ ଜାଳି ଦୀପାବଳୀ ଉତ୍ସବ ପାଳନ କରିବାକୁ ଟ୍ରଷ୍ଟ ର ପ୍ରତିଷ୍ଠାତା ଡଃ ତ୍ରିପାଠୀ ଅନୁରୋଧ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.