banner
Breaking

ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୱାର୍ଡ ନଂ – ୩୯ ରେ ଶହେରୁ ଉର୍ଦ୍ଧ ଶିଶୁ ମାନଙ୍କୁ ଖାତା, କଲମ, ମାସ୍କ, ବିସ୍କୁଟ, ମହମବତୀ, ଚକଲେଟ୍ ବଣ୍ଟନ

0

ଭୁବନେଶ୍ୱର : ପବିତ୍ର ଦୀପାବଳୀ ଓ ଶିଶୁ ଦିବସ ଉପଲକ୍ଷେ ନୟାପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧୀନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ମହାବୀରଙ୍କ ପୂଜା ମଣ୍ଡପ ଓ ଶାସ୍ତ୍ରୀନଗର କମୁନିଟି ହଲରେ ନିଃସ୍ୱାର୍ଥ ସେବା ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟ ର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ମାର୍ଥା, ସଭାପତି ସଞ୍ଜୟ କୁମାର ଆଚାର୍ଯ୍ୟ ଙ୍କ ନେତୃତ୍ୟୋରେ ଓ ଶ୍ରୀ ଶ୍ରୀ ମହାବୀର ସାମାଜିକ ସଂଗଠନର ସହଯୋଗ ରେ ଶହେ ରୁ ଉର୍ଦ୍ଧ ଶିଶୁ ମାନଙ୍କୁ ଖାତା, କଲମ, ମାସ୍କ, ବିସ୍କୁଟ, ମହମବତୀ, ଚକଲେଟ୍ ପ୍ରଭୃତି ବଣ୍ଟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଅତିଥି ହୋଇ ୱାର୍ଡ ନମ୍ୱର୍ ୩୮ ର ପୂର୍ବତନ କର୍ପୋରେଟର ନିଖିଳ କୁମାର ବଳବନ୍ତରାୟ, ବିଜୁ ଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ମିଲନ କୁମାର ପାଇକରାୟ ଉପସ୍ଥିତ ରହି ଉକ୍ତ ସାମଗ୍ରୀକୁ ବଣ୍ଟନ କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ଆଗାମୀ ଦିନରେ ସମଗ୍ର ଭୁବନେଶ୍ୱର ରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ର ପ୍ରତିଷ୍ଠାତା ରଶ୍ମୀ ରଞ୍ଜନ ମାର୍ଥା ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.