banner
Breaking

ସରପଞ୍ଚଙ୍କ ନାମରେ ମିଥ୍ୟା ଅଭିଯୋଗ ନେଇ ଡିସିପି ଅଫିସ ଘେରାଉ କଲେ ମହିଳା

0

ଭୁବନେଶ୍ୱର, (ବ୍ୟୁରୋ): ରଘୁନାଥପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପବିତ୍ର ପାତ୍ରଙ୍କ ନାମରେ ହୋଇଥିବା ମିଥ୍ୟା ଅଭିଯୋଗକୁ ବିରୋଧ କରି ଶତାଧିକ ମହିଳା ଡିସିପି ଅଫିସ ଘେରାଉ କରିଛନ୍ତି । ପଞ୍ଚାୟତର ସମିତିସଭ୍ୟା ଝୁନାରାଣୀ ରାଉତଙ୍କ ନେତୃତ୍ୱରେ ଆଜି ଦିନ ୧୨ଟା ସମୟରେ ଗ୍ରାମ ପଞ୍ଚାୟତର ୱାଡ ମେମ୍ବର ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଏବଂ ବୁଦ୍ଧିଜୀବୀମାନେ ଡିସିପି ଅଫିସ ସମ୍ମୁଖରେ ଏକତ୍ରିତ ହୋଇ ବିଭିନ୍ନ ନାରବାଜି କରିବା ସହିତ ଜମିବାଡି ବିବାଦକୁ ନେଇ ସରପଞ୍ଚ ପବିତ୍ର ପାତ୍ରଙ୍କ ନାମରେ ରାଜନୈତିକ ଆକ୍ରୋଶ ମନୋଭାବ ରଖି କିଛି ମୁଷ୍ଟିମେୟ ଲୋକ ଅଭିଯୋଗ କରିଛନ୍ତି । ତାହା ଭିତ୍ତିହୀନ ବୋଲି ମହିଳାମାନେ କହିଥିଲେ ା ରଘୁନାଥପୁର ପଞ୍ଚାୟତ ଏକ ଆଦର୍ଶ ପଞ୍ଚାୟତ ଅଟେ । ସରପଞ୍ଚ ନିର୍ବାଚନ ପରଠାରୁ ଏଠାରେ ବହୁତ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି । ଲୋକଙ୍କ ସୁବିଧା ଅସୁବିଧା ସମୟରେ ସରପଞ୍ଚ ଲୋକଙ୍କ ପାଖରେ ଠିଆ ହେବା ସହିତ କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ବହୁ ପରିଶ୍ରମ କରିଛନ୍ତି । ତାଙ୍କୁ ଫସାଇବା ପାଇଁ କିଛି ନ୍ୟସ୍ତସ୍ୱାର୍ଥ୍ୟ ତଥା ହୀନ ଚକ୍ରାନ୍ତକାରୀ ବ୍ୟକ୍ତି ତାଙ୍କ ଲୋକପ୍ରିୟତାରେ ଈର୍ଷାନ୍ୱିତ ହୋଇ ଏଭଳି ମିଥ୍ୟା ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ତଦନ୍ତ ହେବା ସହିତ ନିରପେକ୍ଷ ତଦନ୍ତ ହେଉବୋଲି ସମିତି ସଭ୍ୟା ଝୁନାରାଣୀ ରାଉତ କହିଥିଲେ । ଗ୍ରାମ ପଞ୍ଚାୟତ ପକ୍ଷରୁ ଡିସିପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଡିସିପି ଏହାର ଉପଯୁକ୍ତ ତଦନ୍ତ ହେବାର ପ୍ରତିଶ୍ରୁୁତି ଦେବାରୁ ମହିଳାମାନେ ଘେରାଉରୁ ଓହରିଥିଲେ । ପ୍ରକାଶ ଥାଉକି ଗତକାଲି ମଲି ରାଉତ ଓ ଡଲି ରାଉତ ସରପଙ୍କ ବିରୁଦ୍ଧରେ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.