banner
Breaking

ରୋଟ୍ରାକ୍ଟ କ୍ଲବ ପକ୍ଷରୁ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ଆହ୍ବାନ।

0

ଭୁବନେଶ୍ୱର,୮/୧୧(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ସ୍ଥିତ ମା ମଙ୍ଗଳା ବସ୍ତିରେ ଭୁବନେଶ୍ୱର ରୋଟ୍ରାକ୍ଟ କ୍ଲବ ପକ୍ଷରୁ କରୋନା ସଚେତନତା ସହିତ ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ଆହ୍ୱାନ କରାଯାଇଛି।

ରୋଟ୍ରାକ୍ଟ କ୍ଲବର ସଭାପତି ସଚିନ କୁମାର ମିର୍ଲିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁନିକୁନି ପିଲାମାନଙ୍କୁ ଦୀପ, ଖାତା, ପେନ୍ ଓ ବିସ୍କୂଟ ବଣ୍ଟନ କରାଯାଇଥିଲା। ଏଥିସହିତ କରୋନା ମହାମାରୀର ଭୟାବହତା ଭିତରେ କେମିତି ସତର୍କତା ଅବଲମ୍ବନ କରାଯିବ ସେ ସମ୍ବନ୍ଧରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ।

କରୋନା ଦାଉରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା, ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ କହିଥିଲେ। ଆଗାମୀ ଦୀପାବଳୀରେ ବାଣ ନ ଫୁଟାଇ ଘରେ ରହି ପ୍ରଦୂଷଣ ମୁକ୍ତ ଦୀପାବଳୀ ପାଇଁ ପରାମର୍ଶ ଦେଇଥିଲେ। କରୋନା ପ୍ରଭାବ ବର୍ତ୍ତମାନ କମୁଥିଲେ ମଧ୍ୟ ଶୀତ ପାଇଁ ଦ୍ବିତୀୟ ଲହରୀ ଆସିପାରେ। ତେଣୁ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। କରୋନା ରୋଗୀଙ୍କ ପାଇଁ ସୁସ୍ଥ ଅମ୍ଳଜାନର ଆବଶ୍ୟକତା ରହିଛି। ତେଣୁ ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ବାଣ ଫୁଟାରୁ ନିବୃତ୍ତ ରହିଲେ ଅନେକ ଜୀବନ ମୃତ୍ୟୁ ମୁଖରୁ ରୋକାଯାଇ ପାରିବ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସୁକାନ୍ତ କୁମାର ସାହୁ, ପ୍ରଭାତ କୁମାର ସେଠୀ ଓ ବରିଷ୍ଠ ସାମ୍ବାଦିକ ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇଥିଲେ। କ୍ଲବର ୧୦ ଜଣ ସଦସ୍ୟ ସହଯୋଗ କରିଥିଲାବେଳେ ସମ୍ପାଦକ ବିଶ୍ବଜିତ ସ୍ବାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.