banner
Breaking

ଡ୍ରେନରେ ପଡି ବୃଦ୍ଧା ମୃତ୍ୟୁ

0

ଭୁବନେଶ୍ୱର,୨୫/୭(ଓଡ଼ିଆ ନ୍ୟୁଜ) ପୁଣି ପ୍ରାଣନେଲା ମ୍ୟାନ୍ ହୋଲ୍ । ବି ଏମ୍ ସି ଓ ପ୍ରଶାସନର ବେପରୁଆ ନୀତି ଯୋଗୁଁ ଅକାଳରେ ଝଡିପଡିଲା ଜୀବନ। ଏଭଳି ଏକ ଦୁଖଦ ଘଟଣା ଘଟିଛି ସାଲିଆସାହି ନିକଟ ଭିଆଇପି କଲୋନି ମୁକୁଳା ଡ୍ରେନରେ । ସୂଚନା ଅନୁଯାୟୀ ସାଲିଆସାହିର ବାସିନ୍ଦା ଟି ଆକାମା ,ବୟସ ୬୦ ବର୍ଷା ସମୟରେ ବାହାରକୁ ଯାଇଥିଲେ।ଅସାବଧାନ ବସତ ବୃଦ୍ଧା ଜଣଙ୍କ ମୁକୁଳା ଡ୍ରେନରେ ପଡି ଭାସି ଯାଇଥିଲେ। ବର୍ଷାଯୋଗୁଁ ପାଣି ସୁଅ ଅଧିକ ଥିବାରୁ କିଛି ବାଟ ଭାସି ଯାଇଥିଲେ। ତାଙ୍କୁ ସେଠାରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବସ୍ତି ବାସିନ୍ଦା ରାସ୍ତାରେ ଶବ ରଖି ପ୍ରତିବାଦ କରି ରାସ୍ତା ବନ୍ଦ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.