banner
Breaking

ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସ ଉଦଘାଟିତ।

0

ଭୁବନେଶ୍ୱର,୩।୧୧ (ବ୍ୟୁରୋ): ରାଜ୍ୟରେ ବଢ଼ି ଚାଲିଥିବା ସାଇବର ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ନୂଆ ପ୍ରୟାସ ଆରମ୍ଭ କରିଛି। ଭୁବନେଶ୍ୱର କେଶରୀ ନଗରଠାରେ ଏକ ସାଇବର କମ୍ପ୍ଲେକ୍ସ ସ୍ଥାପନ କରାଯାଇଛି। ସୋମବାର ଏହାକୁ ପୋଲିସ ଡିଜି ଅଭୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଡିଜିପି କହିଲେ, ବର୍ତ୍ତମାନ ରାଜ୍ୟରେ ସାଇବର ଥାନା ସଂଖ୍ୟା ୪କୁ ବୃଦ୍ଧି ପାଇଛି। ସେଗୁଡିକ ହେଲା ରାଉରକେଲା, ସମ୍ବଲପୁର, କଟକ-ଭୁବନେଶ୍ୱର ଓ ବ୍ରହ୍ମପୁର। ପୂର୍ବରୁ କଟକରେ ଥିବା ସାଇବର ଥାନା ଭୁବନେଶ୍ୱରରୁ କାର୍ଯ୍ୟ କରିବ। ତେବେ ସାଇବର ମାମଲା ତୁଳନାରେ ଅଧିକାରୀଙ୍କ ଦକ୍ଷତାର ଅଭାବ ରହିଛି। ତେଣୁ ଏହି କମ୍ପ୍ଲେକ୍ସରେ ସାଇବର ସମ୍ପର୍କିତ ପ୍ରଶିକ୍ଷଣ ଦିଆଯିବ। ସାଇବର ଥାନାର ସମସ୍ତ କର୍ମଚାରୀ ଓ ପ୍ରତି ଥାନାର ଜଣେ ଲେଖାଏ କର୍ମଚାରୀଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଯିବ। ସେମାନେ ଅଭିଯୋଗର ତ୍ୱରିତ ସମାଧାନ କରିବେ ବୋଲି ଡିଜିପି କହିଛନ୍ତି। ଏଥିସହ ଏଠାରେ ମହିଳା ଓ ଶିଶୁ ବିରୋଧୀ ସାଇବର ଅପରାଧର ଟ୍ରେନିଂ କରାଯିବ। ଭବିଷ୍ୟତରେ ସୋସିଆଲ ମିଡ଼ିଆ ଆନାଲିସିସ୍‌ ସେଲ୍‌ ମଧ୍ୟ ଏହି କମ୍ପ୍ଲେକ୍ସ ଅଧୀନରେ କାର୍ଯ୍ୟ କରିବ। ପୋଲିସ ବ୍ୟତୀତ ନ୍ୟାୟିକ ଅଧିକାରୀଙ୍କୁ ମଧ୍ୟ ଏଠାରେ ସାଇବର ଅପରାଧ ସମ୍ପର୍କରେ ଟ୍ରେନିଂ ଦିଆଯିବ। ସବୁ ପ୍ରକାର ଟ୍ରେନିଂ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ରହିଛି। ଏହି ସାଇବର କମ୍ପ୍ଲେକ୍ସରେ ମଧ୍ୟ କେନ୍ଦ୍ର ସରକାରଙ୍କ ସାଇବର ପୋର୍ଟାଲ ମଧ୍ୟ କାମ କରିବ। ଏହାସହ ଆଗାମୀ ଦିନରେ ରାଜ୍ୟ ପୋଲିସର ସୋସିଆଲ ମିଡ଼ିଆ ଲାବ୍‌ ମଧ୍ୟ କରାଯିବ। ଟ୍ରେନିଂ ପାଇଁ ନ୍ୟାଶନାଲ ପୋଲିସ ଏକାଡେମୀ ସହ ଓଡ଼ିଶା ପୋଲିସ ଆଲୋଚନା କରିଛି। ସେମାନେ ୮ଥରରେ ପ୍ରାୟ ୨ଶହ ପୋଲିସକୁ ଟ୍ରେନିଂ ଦେବେ। ଗୋଟିଏ ବର୍ଷରେ ରାଜ୍ୟର ପ୍ରତ୍ୟେକ ଜିଲା ତଥା ପୋଲିସ ଷ୍ଟେଶନ ସ୍ତରରେ ଅଧିକାରୀଙ୍କୁ ଟ୍ରେନିଂ ଦେବାର ଲକ୍ଷ୍ୟ ରହିଥିବା ଡିଜିପି କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.