banner
Breaking

ରାଜଧାନୀରେ ଖୋଲିବ କଲ୍ୟାଣ ମଣ୍ଡପ।

0

ଭୁବନେଶ୍ୱର,୩।୧୧(ଓଡ଼ିଆ ନ୍ୟୁଜ) : ରାଜଧାନୀ ଭୁବନେଶ୍ବରରେ ବିବାହ ବ୍ରତ ଓ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ହେଉଥିବା କଲ୍ୟାଣ ମଣ୍ଡପ ଖୋଲିବ। ସୋମବାର ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ନିର୍ଦ୍ଦେଶ ପରେ ବିଏମ୍‌ସି ପକ୍ଷରୁ ଏ ନେଇ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯିବା ସହ ପ୍ଲାନ୍‌ ଆପ୍ରୁଭାଲ ଥିବା ମଣ୍ଡପ ଓ ବିଏମ୍‌ସି କଲ୍ୟାଣ ମଣ୍ଡପଗୁଡ଼ିକରେ ଅନ୍‌ଲାଇନ୍‌ ବୁକିଂ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଅନ୍‌ଲକ୍‌-୬ରେ ବିଏମ୍‌ସି କଲ୍ୟାଣ ମଣ୍ଡପ ଖୋଲିବାକୁ ଅନୁମତି ଦେଇଛି। ପାର୍ବଣ ସମୟ ଚାଲିଥିବାରୁ ଏବେ ମଣ୍ଡପଗୁଡ଼ିକରେ କଟକଣାର ସହ କାର୍ଯ୍ୟକ୍ରମ ପାଳନ କରାଯିବ। ବିଏମ୍‌ସି ସହ ଘରୋଇ ସଂସ୍ଥାର କଲ୍ୟାଣ ମଣ୍ଡପ, ବିବାହ ମଣ୍ଡପ, ରିସୋର୍ଟ ଆଦି ଖୋଲିପାରିବେ। ନିୟମ ଉଲ୍ଲଂଘନ କରୁଥିଲେ ମଣ୍ଡପ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆବଶ୍ୟକ ପଡ଼ିଲେ ସିଲ୍‌ ମଧ୍ୟ କରିଦିଆଯିବ। ଅନ୍ୟପକ୍ଷେ ବେଆଇନ ଥିବା ଦର୍ଶାଇ ବିଏମ୍‌ସି ଯେଉଁ ମଣ୍ଡପଗୁଡ଼ିକୁ ସିଲ୍‌ କରିଥିଲା ସେଗୁଡ଼ିକର ତାଲା ଏବେ ବି ଖୋଲିବ ନାହିଁ। ସେମାନେ କାଗଜପତ୍ର ଦାଖଲ କଲାପରେ ଯାଇ ବିଚାରକୁ ନିଆଯିବ ବୋଲି କମିଶନର ଚୌଧାରୀ କହିଛନ୍ତି। ବିଏମ୍‌ସି ଏବଂ ବିଡିଏ ଫେବୃୟାରୀ ପହିଲାରୁ ବେଆଇନ୍‌ କଲ୍ୟାଣ ମଣ୍ଡପ ସିଲ୍‌ ଆରମ୍ଭ କରିଥିଲା। ପରେ କରୋନା ଯୋଗୁ ମଣ୍ଡପ/ରିସୋର୍ଟ ବନ୍ଦ କରିଦିଆଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.