banner
Breaking

ନୀଳାଦ୍ରି ବିହାରରେ ଦୋକାନ ଉପରକୁ ମାଡିଗଲା କାର ଦୁଇ ଗୁରୁତର।

0

ଭୁବନେଶ୍ୱର,୨୬/୧୦(ଓଡ଼ିଆ ନ୍ୟୁଜ): ନୀଳାଦ୍ରି ବିହାର ଏଟିଏମ ଛକ ନିକଟରେ ମାଡିଗଲା କାର ଦୁଇ ଗୁରୁତର। ସୂଚନା ଅନୁସାରେ ଆଜି ରାତିରେ ନୀଳାଦ୍ରି ବିହାର ସେକ୍ଟର ୧ ଏଟିଏମ ଛକ ନିକଟସ୍ଥ ରାସ୍ତାରେ ଏକ କାର ଭାରସାମ୍ୟ ହରାଇ ଏକ ମେଡିସିନ ଦୋକାନ ଉପରକୁ ମାଡି ଯାଇଛି। ଫଳରେ ୫ଟି ବାଇକ ଭାଙ୍ଗିଯିବା ସହ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଦୃତଗତିରେ ଆସୁଥିବା କାରଟି ବାଇକ ଓ ଲୋକଙ୍କୁ ଧକ୍କା ଦେବା ସହ ପାଚେରୀରେ ପିଟିହେବା ଦ୍ବାରା ପାଚେରୀ ଭାଙ୍ଗିଯାଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବା ସହିତ ଡ୍ରାଇଭରକୁ ଅଟକ ରଖିଛି।

Khansweb Solution Bhubaneswar

Leave A Reply

Your email address will not be published.