banner
Breaking

୨୦୨୧ ପାଇଁ ସରକାରୀ ଛୁଟି ତାଲିକା। କେତେ ଛୁଟି ଅଛି ଜାଣନ୍ତୁ।

0

ଭୁବନେଶ୍ୱର,୨୨।୧୦(ବ୍ୟୁରୋ):୨୦୨୧ ମସିହା ପାଇଁ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଛୁଟି ତାଲିକା ଘୋଷଣା କରିଛି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ। ଏନେଇ ବିଭାଗ ପକ୍ଷରୁ ବୁଧବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ୨୦୨୧ରେ ରାଜ୍ୟ ସରକାରଙ୍କ କର୍ମଚାରୀମାନେ ମୋଟ ୧୦୬ଦିନ ଛୁଟିରେ ରହିବାର ସୁଯୋଗ ପାଇବେ। ଏଥିରେ ୨୯ ଦିନ ସରକାରୀ ଛୁଟି ରହିଥିବା ବେଳେ ୫୨ଟି ରବିବାର, ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ସମେତ ଗୋଟିଏ ଦିନର ଇଚ୍ଛାଧୀନ ଛୁଟି ସାମିଲ ଅଛି। ୮ଟି ଇଚ୍ଛାଧୀନ ଛୁଟିଦିନ ରହିଥିବାବେଳେ ସରକାରୀ କର୍ମଚାରୀ ଚାହିଁଲେ ଏହାମଧ୍ୟରୁ ଗୋଟିଏ ଦିନ ନିଜ ଇଚ୍ଛା ମୁତାବକ ଛୁଟି ନେଇପାରିବେ। ଇଚ୍ଛାଧୀନ ଛୁଟିରେ ଜାନୁୟାରୀ ୨୦ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ଜାନୁୟାରୀ ୨୫ ବ୍ରାହ୍ମସମାଜ ପ୍ରତିଷ୍ଠା ଦିବସ, ଏପ୍ରିଲ ୩ ଇଷ୍ଟର ଶନିବାର, ମେ’ ୧୦ ଶବେ-ଇ-କାଦର, ମେ’ ୨୬ ବୁଦ୍ଧପୂର୍ଣ୍ଣିମା ଓ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ, ଜୁଲାଇ ୨୦ ବାହୁଡ଼ା, ନଭେମ୍ବର ୧୨ ଅଁଳାନବମୀ ଓ ଡିସେମ୍ବର ୨୪ ଖ୍ରୀଷ୍ଟମାସ୍‌ ଅବସରକୁ ଇଚ୍ଛାଧୀନ ଛୁଟି ଭାବେ ଘୋଷଣା କରାଯାଇଛି। ଏହି ଇଚ୍ଛାଧୀନ ଛୁଟିଗୁଡ଼ିକ ମଧ୍ୟରୁ କର୍ମଚାରୀମାନେ ନିଜର ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଦରଖାସ୍ତ ଦେଇ ଯେକୌଣସି ଗୋଟିଏ ଦିନ ଛୁଟି ନେଇପାରିବେ। ଅନ୍ୟପକ୍ଷରେ ସରକାରୀ କର୍ମଚାରୀଙ୍କ ୯ଟି ଛୁଟି ବେକାର ଯାଇଛି। ଏହି ୯ଦିନ ଛୁଟି ମଧ୍ୟରୁ ୩ଟି ରବିବାର ପଡ଼ିଥିବାବେଳେ ୫ଟି ଶନିବାର ଓ ଗୋଟିଏ ଦିନରେ ଅର୍ଥାତ୍‌ ଏପ୍ରିଲ ୧୪ରେ ମହାବିଷୁବ ସଂକ୍ରାନ୍ତି, ଆମ୍ବେଡକର ଜୟନ୍ତୀ ଓ ମହାବୀର ଜୟନ୍ତୀ ପଡ଼ୁଥିବାରୁ ଏହି ଛୁଟି ବେକାର ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.