banner
Breaking

ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ଶିବିର ଅନୁଷ୍ଠିତ

0

ଭୁବନେଶ୍ୱର : ବିଗତ ୮ ବର୍ଷ ଧରି ସ୍ପର୍ଶ ହସ୍ପିଟାଲ୍‌ଏଣ୍ଡ କ୍ରିଟିକାଲ୍ କେୟାର୍ ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ତରଫରୁ ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ପାଳନ କରି ଆସୁଅଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହସ୍ପିଟାଲ୍ ପରିସରରେ ସାମାଜିକ ଦୂରତ୍ୱ ରଖି ଅକ୍ଟୋବର ୨୧ ତାରିଖରେ ବିଶ୍ୱ ସ୍ତନ କର୍କଟ ଦିବସ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ କର୍କଟରେ ଚିକିତ୍ସିତ, ସୁସ୍ଥ ହୋଇଯାଇଥିବା ରୋଗୀମାନଙ୍କୁ ଏବଂ ତାଙ୍କର ପରିବାରବର୍ଗଙ୍କୁ ସ୍ତନ କର୍କଟ ରୋଗ ବିଷୟରେ ସଚେତନତା ସହିତ ନୂତନ ଜ୍ଞାନ କୌଶଳ ବିଷୟରେ ଅବଗତ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଲକ୍ଷାଧିକ ରୁ ଅଧିକ ସ୍ତନ କର୍କଟ ରୋଗ ଚିହ୍ନଟ ହୋଉଛନ୍ତି । ଏଥିରେ ଜଣଙ୍କର ମୃତ୍ୟୁ ସମ୍ଭାବନା ୫୦-୬୦ ପ୍ରତିଶତ ରହିଥିବାବେଳେ କେବଳ ସଚେତନତା ଏବଂ ପ୍ରାରମ୍ଭିକ ଅବସ୍ଥାରୁ ଚିହ୍ନଟ କରିବା ଦ୍ୱାରା ହିଁ ଜଣେ ଏହି ରୋଗରୁ ମୁକ୍ତି ପାଇପାରିବେ । ଅଧିକ ମେଦବହୁଳତା, ଧୂମପାନ, ମଦ୍ୟପାନ, ବ୍ୟାୟାମ ଅଭାବ, ଉଚ୍ଚରକ୍ତଚାପ, ଜଙ୍କ୍‌ଫୁଡ୍‌, ଦୈନିକ ଦିନର ଖାଦ୍ୟ ପ୍ରଣାଳିରେ ଅସ୍ଥିରତା, ମାନସିକ ସ୍ତରରେ ଅସ୍ଥିରତା, ଶିଶୁମାନଙ୍କୁ ସ୍ତନପାନ କରାଉନଥିବା ମହିଳାମାନେ, ହରମୋନରେ ଅସ୍ଥିରତା, ଡେରିରେ ବିବାହ ଏବଂ ମାତୃତ ଲାଭକରିବା ମହିଳାଙ୍କଠାରେ ସ୍ତନ କର୍କଟ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ପୂର୍ବରୁ ବିଭିନ୍ନ କାରଣରୁ ସ୍ତନ କର୍କଟ ରୋଗ ହେଉଥିା ବେଳେ ବର୍ତ୍ତମାନ କ୍ଷତ୍ରରେ ପରିବର୍ତ୍ତିତ ଜୀବନ ଶୈଳୀ କେତେକାଂଶରେ ଦାୟୀ ବୋଲି କର୍କଟ ବିଶେଷଜ୍ଞ ପ୍ରଫେସର ଡ଼ା. ଘନଶ୍ୟାମ ବିଶ୍ୱାସ କହିଛନ୍ତି । ଯଦି ଆଧୁନିକ ଜୀବନ ଶୈଳୀରେ ପରିବର୍ତ୍ତିନ ସମୟରେ ସମସ୍ତଙ୍କ ନିକଟରେ ସଚେତନତା ରହିଲେ ଏହି ରୋଗକୁ କେତେକାଂଶରେ ଏଡାଇ ଦେଇପାରିବେ । ବର୍ତ୍ତମାନ ମେମୋଗ୍ରାଫି ମେସିନ୍ ଦ୍ୱାରା ଏହାକୁ ସହଜରେ ଚିହ୍ନଟ କରାଯାଇପାରୁଛି । ଏହି ସଚତନତା ଶିବିରରେ ଡ଼ା.ସ୍ୱପ୍ନା କବିରାଜ (ରଞ୍ଜନରଶ୍ମି ଚିକିତ୍ସକ) ଏବଂ ପୁସ୍ପଲତା ସେଠୀ (ସେବିକା)ଙ୍କୁ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ତରଫରୁ ସମ୍ମାନିତ କରାଯାଇଥିଲା ।
ଏହି ସଚେତନତା ଶିବିରରେ ସ୍ପର୍ଶ ହସ୍ପିଟାଲ୍‌ର ମୁଖ୍ୟ ପରିଚାଳନ କାର୍ଯ୍ୟ ନିର୍ବହୀ ନିର୍ଦ୍ଦେଶକ ପ୍ରଫେସର ଡ଼ା. ଘନଶ୍ୱାମ ବିଶ୍ୱାସ, ଅଧୀକ୍ଷକ ଡ଼ା. ଶୁସାନ୍ତ କିଶୋର ନାୟକ, କର୍କଟ ବିଭାଗର ଡ଼ା. ଭରତ ଦାସ, ଡ଼ା. ଦେବାଶିଷ ଦାସ, ଡ଼ା. ଶୁବାଷ ଚନ୍ଦ୍ର ଜେନା ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ଅଧ୍ୟକ୍ଷ ଡ଼ା. ସୂର୍ଯ୍ୟ ନାରାୟଣ ବେହେରା ଏବଂ ସମ୍ପାଦକ ଶୁଚିସ୍ମିତା ପୃଷ୍ଟି ଉପସ୍ଥିତ ଥିଲେ ଏବଂ ଲାଇଅନ୍ସ୍ ମିନତି ବେହେରା କ୍ୟାନସ୍‌ର ଫାଉଣ୍ଡନସ୍ ସମ୍ପାଦକ ଶୁଚିସ୍ମିତା ପୃଷ୍ଟି ସଭାକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.