banner
Breaking

ୱାର୍ଡ଼ ନଂ-୩୯ରେ ମୂଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିବସ ପାଳନ

0

ଓଡ଼ିଶାର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ବିଜୁ ଜନତା ଦଳର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିର ଶ୍ରୀ ମହାବୀର ପୂଜା ମଣ୍ଡପ ପ୍ରାଙ୍ଗଣରେ କୁନି କୁନି ପିଲାମାନଙ୍କୁ ମାସ୍କ, ଖାତା, କଲମ ଓ ରବର ପ୍ରଦାନ ଓ କରୋନା ବିଷୟରେ ପିଲାମାନଙ୍କୁ ସଚେତନ କରାଯିବା ସହ ପୂଜା ମଣ୍ଡପ ପରିସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା ।

କାର୍ଯ୍ୟକ୍ରମ ପୂର୍ବରୁ କୁନି କୁନି ପିଲାମାନଙ୍କୁ ସାମାଜିକ ଦୂରତାରେ ଠିଆ କରି ସେମାନଙ୍କୁ ସାନିଟାଇଜ୍ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦିକା ମଧୁସ୍ମିତା ନାୟକ ଯୋଗ ଦେଇଥିଲେ । ସମାଜସେବୀ ଅନୁଜ ଚନ୍ଦନ ନାୟକ, ଶୁଭେନ୍ଦୁ ନାୟକ, ଶାଶ୍ୱତ ଲେଙ୍କା, ବିଜୟ କୁମାର ଖୁିଣ୍ଟିଆ, ଚିତ୍ତରଞ୍ଜନ ନାୟକ, ରାକେଶ କୁମାର ଜାଲି, ଗୟାଧର ବେହେରା, ଭଗବାନ ବେହେରା ଓ ସୁଜିତ୍ କୁମାର ଦାସଙ୍କ ସମେତେ ଶ୍ରୀ ମହାବୀର ସାମାଜିକ ସଂଗଠନର ଅନେକ କାର୍ଯକର୍ତ୍ତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.