banner
Breaking

ମୁଖ୍ୟମନ୍ତ୍ରୀଙ୍କ ଦଲାଲ ହଟାଓ ଗରିବ ବଞ୍ଚାଓ ଅଭିଯାନ, ଧରାହେଲେ ୩୦

0

ଭୁବନେଶ୍ବର,୨୬/୯(ଓଡ଼ିଆ ନ୍ୟୁଜ):ହସ୍ପିଟାଲରକୁ ଆସୁଥିବା ରୋଗୀଙ୍କୁ ମିଛସତ ବାହାନା ଦେଖାଇ ନର୍ସିଂହୋମ୍ ହେଉ ,ପରୀକ୍ଷା ନିରୀକ୍ଷା କିମ୍ୱା ଔଷଧ ଆଳରେ ଲୁଟୁଥିଲେ ଦଲାଲ। ବିଚରା ଗରିବ ଲୋକମାନେ ସ୍ଵଳ୍ପ ଖର୍ଚ୍ଚରେ ଭଲହେବା ଛାଡି ସୁନା ଜମିବାଡି ବିକି ହେଉଥିଲେ ସର୍ବସାନ୍ତ। ଦଲାଲ ହେଉଥିଲେ ମଲାମାଲ। ଏହା ମାତ୍ରାଧିକ ବଢିଯିବାରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଦଲାଲ ହଟାଓ ଗରିବ ବଞ୍ଚାଓ ଅଭିଯାନ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାଜ୍ୟର ବିଭିନ୍ନ ମେଡିକାଲ ଏବଂ ହସ୍ପିଟାଲରୁ ୩୦ ଦଲାଲ ଗିରଫ ହୋଇଛନ୍ତି। ହସ୍ପିଟାଲରୁ ଦଲାଲ ଗିରଫ ନେଇ ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। 

ଆଜି ବିଭିନ୍ନ ହସ୍ପିଟାଲ, ଡିସପେନସାରୀ ଓ ମେଡିକାଲ କଲେଜରେ ରେଡ୍ ହୋଇଛି। ୮ଟି ଜିଲ୍ଲାର ବିଭିନ୍ନ ହସ୍ପିଟାଲରୁ ୩୦ ଦଲାଲଙ୍କୁ ଗିରଫ କରାଯାଇଛି । ଭୁବନେଶ୍ଵରରୁ ୪ ଦଲାଲଙ୍କୁ ଗିରଫ କରାଯାଇଥିବା ବେଳେ ସମ୍ବଲପୁର ଭିମସାରରୁ ୫ ଦଲାଲ, ବଲାଙ୍ଗିରରୁ ୫, ଭଦ୍ରକରୁ ୪, ମୟୂରଭଞ୍ଜରୁ ୩, ଓ ରାଉରକେଲାରୁ ୪ ଗିରଫ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୩, ନବରଙ୍ଗପୁରରୁ ୨ ଦଲାଲଙ୍କୁ ଗିରଫ କରାଯାଇଛି। ତେବେ ଆଜି ପରଠୁ ବିଭିନ୍ନ ହସ୍ପିଟାଲରେ ଚଢାଉ ଜାରୀ ରହିବ ବୋଲି ଡିଜିପି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ପୋଲିସ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.