banner
Breaking

ବିସ୍ଫୋରଣ ଘଟଣା : ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ।

0

ଭୁବନେଶ୍ବର: ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଲିମିଟେଡ୍‌(ଆଇଓସିଏଲ୍‌) ପକ୍ଷରୁ ଭୁବନେଶ୍ବର ରାଜଭବନ ନିକଟ ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତାହତଙ୍କ ପାଇଁ ସହାୟତା ଘୋଷଣା କରାଯାଇଛି। ରାଜଭବନ ନିକଟ ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାରେ ମୃତକଙ୍କ ପରିବାରକୁ ମିଳିବ ୮ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ସେହିପରି ଗୁରୁତର ଆହତଙ୍କୁ ୪ଲକ୍ଷ ଏବଂ ଆହତଙ୍କୁ ୧ଲକ୍ଷ ଟଙ୍କା ସହାୟତା ରାଶି ମିଳିବ ବୋଲି ଆଇଓସିଏଲ୍‌ ପକ୍ଷରୁ ଘୋଷଣା କରାଯାଇଛି। କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦେଶରେ ଆଇଓସିଏଲ୍ ପକ୍ଷରୁ ରାଜଭବନ ନିକଟ ପେଟ୍ରୋଲ୍‌ ପମ୍ପରେ ବିସ୍ଫୋରଣ ଘଟଣାରେ ସହାୟତା ଘୋଷଣା କରାଯାଇଥିବା ସୂଚନା ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.