banner
Breaking

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣାରେ ଦୁଇଜଣଙ୍କ ଅବସ୍ଥା ସ°କଟାପନ୍ନ।

0

କଟକ , ୭।୧୦:ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲପମ୍ପ ବିସ୍ଫୋରଣ ଘଟଣାରେ ଏସ୍‌ସିବିକୁ ସ୍ଥାନାନ୍ତରିତ ହୋଇଥିବା ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଶରୀରର ୬୦ ପ୍ରତିଶତ ଅଂଶ ପୋଡ଼ିି ଯାଇଥିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଅନ୍ୟ ଜଣଙ୍କ ଶରୀରର ୪୦ ପ୍ରତିଶତ ପୋଡ଼ିଥିବା ବେଳେ ଦୁଇଟି ଯାକ ଆଖିରେ ଆଘାତ ଲାଗିଛି। ବାମ ପଟ ଆଖିରେ ଗଭୀର ଆଘାତ ଲାଗିଥିବାବେଳେ ଡାହାଣ ପଟ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଉଭୟଙ୍କୁ ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ପ୍ଲାଷ୍ଟିକ ସର୍ଜରୀ, ନ୍ୟୁରୋ ସର୍ଜରୀ, ଚକ୍ଷୁ ବିଭାଗ, ଶଲ୍ୟ ବିଭାଗ ଓ କାଜୁଆଲିଟିର ମେଡିକାଲ ଅଫିସରଙ୍କୁ ନେଇ ଗଠିତ ଏକ ବୈଷୟିକ ଟିମ୍‌ ଏମାନଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଆହତ ଦ୍ୱୟଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରାଣା ସୂଚନା ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.