banner
Breaking

ଭୁବନେଶ୍ୱର ପେଟ୍ରୋଲ ଟାଙ୍କିରେ ଭୟାବହ ଅଗ୍ନିକାଣ୍ଡ। ବିସ୍ଫୋରଣରେ ଥରିଲା ରାଜଧାନୀ।

0

ଭୁବନେଶ୍ଵର : ରାଜଧାନୀର ପ୍ରମୁଖ ସ୍ଥାନ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପେଟ୍ରୋଲ ପମ୍ପରେ ଥିବା ସିଏନଜି ଷ୍ଟକରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଲିଭାକାର୍ଯ୍ୟ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପେଟ୍ରାଲ ପମ୍ପର ସିଏନଜି ଟାଙ୍କିରେ ନିଆଁ ଲାଗିଯାଇଥିବା ଚର୍ଚା ହେଉଛି। ଭୟଙ୍କର ବିସ୍ଫୋରଣ ଶବ୍ଦ ସହ ନିଆଁ ବହୁ ଦୂରକୁ ଦୃଶ୍ୟମାନ ହୋଇଥିଲା । ଲୋକମାନେ ଭୂମିକମ୍ପ ହୋଇଥିବା ଭାବି ଘରୁ ପଦାକୁ ବାହାରି ଆସିଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ବାହିନୀ ସହିତ ଉଚ୍ଚ ପଦସ୍ଥ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଅଗ୍ନିକାଣ୍ଡ ନେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣରେ ରହିଛି। ୨ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆହତଙ୍କୁ ମାଗଣା ଚିକିତ୍ସା- ମୁଖ୍ୟମନ୍ତ୍ରୀ
ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ବିସ୍ଫୋରଣରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ବିସ୍ଫୋରଣରେ ଆହତଙ୍କ ମାଗଣା ଚିକିତ୍ସା କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଘେଷଣା କରିଛନ୍ତି।

ଆରୋଗ୍ୟ କାମନାସହ ତଦନ୍ତ ନିର୍ଦ୍ଦେଶ-କେନ୍ଦ୍ରମନ୍ତ୍ରୀ
ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ଟାଙ୍କି ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ବିଭାଗ ସଚିବଙ୍କୁ ଘଟଣାର ତୁରନ୍ତ କରି ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।
କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ ଯୋଗେ ସୂଚନା ଦେଇ କହିଛନ୍ତି ଯେ ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଅଗ୍ନିକାଣ୍ଡ ଖବର ଜାଣିବା ପରେ ଘଟଣାର ତଦନ୍ତ କରିବାକୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଲି। ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଶୀଘ୍ର ଆରୋଗ୍ୟ ହୋଇ ଫେରିବେ ବୋଲି ଆଶା କରୁଛି।

ମାମଲା ରୁଜୁ ସହ ସତର୍କ ରହିବାକୁ ପରାମର୍ଶ-କମିଶନର
ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି କମିଶନରେଟ୍ ପୁଲିସ୍। ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ ରାଜଭବନ ପେଟ୍ରୋଲ୍‌ ପମ୍ପ ବିସ୍ଫୋରଣ ଘଟଣା ନେଇ ଅପରାଧିକ ମାମଲା ରୁଜୁ କରାଯାଇଛି। ଏଠାରେ ଦିନ ୧.୧୨ ମିନିଟରେ ବିସ୍ଫୋରଣ ଘଟିଛି। ତେବେ ଘଟଣା ସ୍ଥଳରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଟାଙ୍କିଥିଲା ବୋଲି ପୁଲିସ କମିଶନର ପ୍ରକାଶ କରିଛନ୍ତି।
ଅପରପକ୍ଷରେ ଏଠାରେ ଭୟଙ୍କର ବିସ୍ଫୋରଣ ଘଟଣା କେମିତି ହେଲା, ଅଗ୍ନିନିରାପତ୍ତା ନେଇ ଆଇଓସିଏଲ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ବାକିଥିବା ଗ୍ୟାସକୁ ପମ୍ପ କରି ଏଠୁ ନେବା ପାଇ ପେଟ୍ରୋଲ ପମ୍ପ କର୍ତ୍ତୁପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଗ୍ୟାସ୍ ପମ୍ପ କରି କାଢ଼ିବା ପାଇଁ ଗାଡ଼ି ବାଲେଶ୍ୱରରୁ ବାହାରି ସାରିଛି । ଗ୍ୟାସ୍ ନକାଢ଼ିବା ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ବୋଲି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.