banner
Breaking

ରାଜେଶ ମହାପାତ୍ରଙ୍କୁ ପ୍ରାଣୀମିତ୍ର ସମ୍ମାନ।

0

ଭୁବନେଶ୍ୱର, ୬।୧୦(ଓଡ଼ିଆ ନ୍ୟୁଜ): ନନ୍ଦନକାନନର ବାୟୋଲୋଜିଷ୍ଟ ଡ. ରାଜେଶ କୁମାର ମହାପାତ୍ରଙ୍କୁ ଜାତୀୟ ସ୍ତରୀୟ ‘ପ୍ରାଣୀମିତ୍ର’ ସମ୍ମାନ ମିଳିଛି। ସୋମବାର ଅନୁଷ୍ଠିତ ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ରାଜେଶଙ୍କୁ ପ୍ରାଣୀବିଜ୍ଞାନୀ/ଶିକ୍ଷାବିତ୍‌ ବିଭାଗରେ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୨ରୁ ରାଜେଶ ନନ୍ଦନକାନନରେ ପ୍ରାଣୀବିଜ୍ଞାନୀ ଭାବେ କାର୍ଯ୍ୟରତ। ବନ୍ୟପ୍ରାଣୀ ଗବେଷଣା କ୍ଷେତ୍ରରେ ରାଜେଶ ବେଶ୍‌ ପରିଚିତ। ବିଶେଷକରି ଭାରତୀୟ ବଜ୍ରକାପ୍ତା ଉପରେ ରାଜେଶ ଜଣେ ଜଣା ବିଶାରଦ। ଏହାସହ ତାଙ୍କର ଅନେକ ନିବନ୍ଧ ବିଶ୍ୱର ବହୁ ଖ୍ୟାତି ସମ୍ପନ୍ନ ଜର୍ନାଲଗୁଡ଼ିକରେ ପ୍ରକାଶିତ ହୋଇଛି। ସୂଚନାଯୋଗ୍ୟ, ୪ଟି ବିଭାଗରେ ‘ପ୍ରାଣୀମିତ୍ର’ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ପ୍ରଦାନ ଅବସରରେ କେନ୍ଦ୍ରମନ୍ତ୍ରୀ ଜାଭଡ଼େକର ସମ୍ମାନିତ ହୋଇଥିବା ପ୍ରାଣୀ ବିଜ୍ଞାନୀ ଓ ଅଧିକାରୀଙ୍କୁ ଚିଡ଼ିଆଖାନା ରକ୍ଷଣାବେକ୍ଷଣରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.