banner
Breaking

ମହାବୀର ସାମାଜିକ ସଙ୍ଗଠନ ପକ୍ଷରୁ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ ।

0

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲରେ ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ତଥା ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଂପାଦକ ମିଲନ୍ କୁମାର ପାଇକରାୟଙ୍କ ନେତୃତ୍ୱରେ ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବପ୍ରଥମେ ବିଜୁଜନତା ଦଳର ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍ରୀ ପ୍ରଦୀପ୍ତ ମହାରଥିଙ୍କ ଦେହାନ୍ତରେ ଦୁଇ ମିନିଟ୍ ନିରବ ପ୍ରାଥନା କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ପ୍ରାୟ ୪୦ ରୁ ଉର୍ଦ୍ଧ ଖବର କାଗଜ ଓ ୱେବ୍ ଚାନେଲ୍ ର ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା । ପ୍ରଥମେ କମିଟିର ସଦସ୍ୟମାନେ ସମସ୍ତଙ୍କୁ ସାନିଟାଇଜ୍ କରିବା ସହ ଗଣମାଧ୍ୟମ ବ୍ୟକ୍ତି ବିଶେଷଙ୍କ ପାଇଁ ସାମାଜିକ ଦୂରତା ରକ୍ଷାକରି ବସିବାକୁ ବନ୍ଦୋବସ୍ତ କରିଥିଲେ । ସେମାନଙ୍କୁ ଟ୍ରଫି, ଫୁଲତୋଡା, ଉତ୍ତରୀୟ, ମାସ୍କ, ସାନିଟାଇଜ୍ ଓ ମାନପତ୍ର ପ୍ରଦାନ କରି କରୋନା ଯୋଦ୍ଧାଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ୱାର୍ଡ଼ ନଂ-୩୮ ର ପୂର୍ବତନ କର୍ପୋରେଟର ନିଖିଳ ବଳବନ୍ତରାୟ, ସମାଜସେବୀ
ବଦ୍ରିନାରାୟଣ ମିଶ୍ର, ସମାଜସେବୀ ଅର୍ଜୁନ ବେହେରା, ମହାବୀର ପୂଜା କମିଟିର ସାଧାରଣ ସଂପାଦକ ଶୈଳନ୍ଦ୍ର ପ୍ରସାଦରାୟ, ବିଜୁ ଯୁବଜନତା ଦଳର ରାଜ୍ୟ ସାଧାରଣ ସଂପାଦିକା ମଧୁସ୍ମିତା ନାୟକ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦିକା ଦେବସ୍ମିତା ଦାସ, ସମାଜସେବୀ ବିବେକାନନ୍ଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ସପ୍ତାହରେ ପୁଣି କିଛି ଖବର କାଗଜର ସାମ୍ବାଦିକ ଓ ଇଲୋକ୍‌ଟ୍ରୋନିକ୍ ଗଣମାଧ୍ୟମର ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧାଭାବେ ସମ୍ମାନିତ କରାଯିବ ବୋଲି ସମାଜସେବୀ ଶ୍ରୀ ପାଇକରାୟ ସୂଚନା ଦେଇଛନ୍ତି । ଅନୁଜ ଚନ୍ଦନ ନାୟକ, ଶାଶ୍ୱତ ଲେଙ୍କା, ପ୍ରତାପ ପ୍ରଧାନ, ସୁମନ ଜେନା, ସୌମ୍ୟରଞ୍ଜନ ସ୍ୱାଇଁ, ବିଜୟ କୁମାର ଖୁଣ୍ଟିଆ, ରାକେଶ କୁମାର ଜାଲି, ପବିତ୍ର ବଳିୟାର ସିଂ, ତାପସ କୁମାର ବେହେରା, ଶିବ ପ୍ରସାଦ ସାହୁ, ଚିତ୍ତରଞ୍ଜନ ନାୟକ ଓ ବିଶ୍ୱନାଥ ଦେହୁରୀ ପ୍ରମୁଖ ଉକ୍ତ କାର୍ଯ୍ୟକୁ ପରଚାଳନା
କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.