banner
Breaking

ସତ୍ୟନଗର ଲେଡିଜଫୋରମ୍ ପକ୍ଷରୁ ମାସ୍କ ବଣ୍ଟନ।

0

ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ସ୍ଥାନୀୟ ଫୁଟପାଥ୍ ବ୍ୟବସାୟୀଙ୍କୁ ମାସ୍କ ଓ ସାବୁନ୍ ବଣ୍ଟନ କରାଯାଇଛି। ଫୋରମର ସମ୍ପାଦିକା ଅନୁରାଧା ଦାଶଙ୍କ ନେତୃତ୍ୱରେ ଏହି ସେବା କାର୍ଯ୍ୟରେ ଅନେକ ସ୍ବେଚ୍ଛାସେବୀ ଯୋଗଦେଇଥିଲେ। କରୋନା ମହାମାରୀ ଆରମ୍ଭରୁ ଲେଡିଜ୍ ଫୋରମ୍ ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇ ଖାଦ୍ୟବଣ୍ଟନ ସହ ମାସ୍କ, ସାନିଟାଇଜର୍ ଲୋକଙ୍କୁ ଯୋଗାଇଆସିଛି। ଏଥିସହ କରୋନା ମହାମାରୀରୁ ବର୍ତ୍ତିବା ଲାଗି ସଚେତନତାର ବାର୍ତ୍ତା ପ୍ରଚାର କରିଆସିଛି। ଶନିବାର ଦିନ ଏହି ସମାଜସେବା କାର୍ଯ୍ୟରେ ଫୋରମର ସଦସ୍ୟା ସୋନାଲି ମହାପାତ୍ର, ପ୍ରଭାସିନୀ ମହାନ୍ତି, ସବିତା ଚମ୍ପତ୍ତି ପ୍ରମୁଖ ଯୋଗଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.