banner
Breaking

ରାଜଧାନୀରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ।

0

ଭୁବନେଶ୍ୱର : ତମାଣ୍ଡୋ ଥାନା କଳିଙ୍ଗ ବିହାର ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ସେ ହେଲେ ଭୀମଟାଙ୍ଗୀର ବନ୍ଦନା ଜେନା(୨୫) । ଅନ୍ୟପକ୍ଷରେ ତାଙ୍କୁ ଯୌତୁକ ପାଇଁ ଶ୍ୱଶୁର ଓ ସ୍ୱାମୀ ହତ୍ୟା କରିଥିବା ବାପ ଘର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ପୁଲିସ ବନ୍ଦନାଙ୍କ ଶ୍ୱଶୁର ଓ ସ୍ୱାମୀଙ୍କୁ ପଚରାଉଚରା କରିଛି ।
ସୂଚନା ମୁତବାକ, ଭୀମଟାଙ୍ଗୀର ୪୮/୧୧୬୧ ପ୍ଲଟ୍‌ରେ ରହୁଥିବା ବାସନ୍ତୀ ଜେନାଙ୍କ ଝିଅ ବନ୍ଦନା ଗତ ଫେବ୍ରୁଆରୀ ୧୬ରେ କଳିଙ୍ଗବିହାର ଏଚ୍‌ଆଇଜି ୧୫୫ରେ ରହୁଥିବା ଅବସରପ୍ରାପ୍ତ ହାବିଲ୍‌ଦାର ବିଜୟ ଗୋଛାୟତଙ୍କ ପୁଅ ଜାମିନ ଜେନାଙ୍କୁ ବିବାହ କରିଥିଲେ । ଯୌତୁକ ବାବଦକୁ ୨ ଲକ୍ଷ ଟଙ୍କା ଓ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଦାବି କରିଥିଲେ ଶ୍ରୀ ଗୋଛାୟତ । ପରିବାର ଲୋକ ଦାବି ମୁତାବକ ସବୁ ଜିନିଷ ଦେଇଥିଲେ । ବାହାଘରର ମାସେ ପର୍ଯ୍ୟନ୍ତ ସବୁ ଠିକ୍‌ଠାକ୍‌ ଥିଲା । ମାର୍ଚ୍ଚ ମାସରୁ ସ୍ୱାମୀ ଓ ଶଶୁର ମିଶି ବନ୍ଦନାଙ୍କ ଉପରେ ଆରମ୍ଭ କରିଥିଲେ ମାନସିକ ନିର୍ଯାତନା । କାର୍‌ କିଣିବା ପାଇଁ ବାପ ଘରକୁ ଟଙ୍କା ମାଗିବାକୁ ବନ୍ଦନାକୁ କହିଲେ । ଏହାକୁ ବିରୋଧ କରୁଥିଲେ ବନ୍ଦନା । ଫଳରେ ତାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଲା । ସ୍ଥିତି ଏମିତି ହେଲା ଯେ ଲକ୍‌ଡାଉନ୍‌ ସମୟରେ ବନ୍ଦନା ବାପଘରକୁ ଚାଲି ଆସିଥିଲେ । ବାପା-ମା’ ବୁଝାସୁଝା କରି ଝିଅକୁ ପୁଣି ଶାଶୂଘରକୁ ପଠାଇଥିଲେ । ଗତ ୧୦ ଦିନ ହେବ ବନ୍ଦନା ଫୋନ୍‌ କରି ଘରକୁ ଜଣାଉଥିଲେ ତାଙ୍କୁ ନିର୍ଯାତନା ଦିଆଯାଉଛି ।

 ଶନିବାର ସକାଳ ୮ ଟାରେ ବନ୍ଦନା ମା’ଙ୍କୁ ଫୋନ୍‌ କରି ତାଙ୍କୁ ମାଡ଼ ମରାଯାଉଥିବା କହିଥିଲେ । ପରେ ଫୋନ୍‌ କଟିଯାଇଥିଲା । ତା’ପରେ ବନ୍ଦନାଙ୍କୁ ଯେତେଥର ଫୋନ୍‌ କଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ । ଅଢ଼େଇ ଘଣ୍ଟା ପରେ ବନ୍ଦନାଙ୍କ ସ୍ୱାମୀ ଜାମିନ ଫୋନ୍‌ କରି କହିଥିଲେ ବନ୍ଦନାଙ୍କ ଚେତା ଫେରୁନି । ଆମେ କ୍ୟାପିଟାଲ୍‌ ହିସ୍ପିଟାଲ୍‌ ନେଇଯାଉଛୁ । ଏହାଶୁଣି ବନ୍ଦନାଙ୍କ ମା’ ବାସନ୍ତୀ ଓ ପରିବାର ଅନ୍ୟ ସଦସ୍ୟ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପହଞ୍ଚିଥିଲେ । ସେଠାରେ ଡାକ୍ତର ବନ୍ଦନାଙ୍କୁ ମୃତ ଘେଷଣା କରିଥିଲେ । ବନ୍ଦନାଙ୍କ ବେକରେ ଚିହ୍ନ ଥିବା ଓ ଶରୀରର ବିଭିନ୍ନ ସ୍ଥାନରେ ଦାଗ ପଡ଼ିଥିବା ଦେଖି ବାପଘର ଲୋକେ ସନ୍ଦେହ କରିଥିଲେ । ବନ୍ଦନାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମା’ ବାସନ୍ତୀ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.