banner
Breaking

ବୋଧିସତ୍ୱ ଅନାଗରିକ ଧର୍ମପାଳଙ୍କ ୧୫୬ ତମ ଜୟନ୍ତୀ ପାଳିତ

0

ଭୁବନେଶ୍ୱର,୧୭/୯(ଓଡ଼ିଆ ନ୍ୟୁଜ): ଅନ୍ତରାଷ୍ଟ୍ରୀୟ ମହାବୋଧି ସମିତିର ପ୍ରତିଷ୍ଠାତା ବୋଧିସତ୍ୱ ଅନାଗରିକ ଧର୍ମପାଳଙ୍କ ୧୫୬ ତମ ଜନ୍ମୋତ୍ସବ, ମହାବୋଧି ସମିତି ଓଡିଶା ଶାଖା ପକ୍ଷରୁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ସମିତିର କେନ୍ଦ୍ରୀୟ ଉପସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଭକ୍ତି ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ କହିଲେ ଯେ ଜଣେ ଶ୍ରୀଲଙ୍କା ଭୁଖଣ୍ଡର ନାଗରିକ ହୋଇ ମଧ୍ୟ ୧୮୯୧ ମସିହାରେ ବୁଦ୍ଧ ଧର୍ମ ଓ ବୌଦ୍ଧ ଧର୍ମପୀଠଗୁଡିକର ପୁନଃରୁଦ୍ଧାର ପାଇଁ ଭାରତବର୍ଷକୁ କାର୍ଯ୍ୟ କ୍ଷେତ୍ର ଭାବେ ବାଛି ନେଇଥିଲେ ଅନାଗରିକ ଧର୍ମପାଳ । ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସ୍ୱାଗତ ଭାଷଣ ଓ ଉପକୋଷାଧ୍ୟକ୍ଷ ନବୀନ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ବୌଦ୍ଧ ଭିକ୍ଷୁ ବୋଧିଶ୍ରୀ, ଭିକ୍ଷୁ ଧର୍ମାଲୋକ ସୂତ୍ରପାଠ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.