banner
Breaking

ମହାତ୍ମା ଗାନ୍ଧୀଙ୍କ ଗ୍ରାମ ସ୍ୱରାଜକୁ କାର୍ଯ୍ୟକାରୀ କରିବାରେ ଦୋଳଗୋବିନ୍ଦ ଥିଲେ ଅଗ୍ରଣୀ ନେତା – ନିରଞ୍ଜନ ପଟ୍ଟନାୟକ ଦ୍ୱିତୀୟ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

0

ଭୁବନେଶ୍ୱର : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପାଳିତ ହୋଇଯାଇଛି । ପୂର୍ବାହ୍ନରେ ପଣ୍ଡିତ ବିନୋଦ ବିହାରୀ ଦାଶଙ୍କ ଦ୍ୱାରା ଆର୍ଯ୍ୟ ଭବନ ଠାରେ ବୈଦିକ ଶାନ୍ତି ଯଜ୍ଞ କରାଯିବା ସହ ୯ ଘଂଟା ସମୟରେ ବୁଦ୍ଧ ମନ୍ଦିର ଠାରେ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ସାମୂହିକ ଦୀପଦାନ କାର୍ଯ୍ୟକ୍ରମକୁ ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ ଉଦ୍‌ଘାଟନ କରିଥିଲେ । କୋଳଥିଆ ସ୍ମୃତିବନ ଠାରେ ବିଶିଷ୍ଟ ସମାଜସେବୀ ସୀତାବଲ୍ଲଭ ମହାପାତ୍ର ଓ ପୂର୍ବତନ ଡିନ୍ ପ୍ରଫେସର ବୁଦ୍ଧଦେବ ମିଶ୍ର ବୃକ୍ଷ ପୂଜା କରିଥିଲେ ।
ସ୍ୱର୍ଗତଃ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ମହାତ୍ମା ଗାନ୍ଧୀ ଅହିଂସା ଐତିହ୍ୟ ପ୍ରତିଷ୍ଠାନ ପକ୍ଷରୁ ସଭାପତି
ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜୁମ୍ ଭିଡିଓ ଯୋଗେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ସନ୍ଥ ଶ୍ରୀମଦ୍ ବାବା ବଳିଆ କହିଲେ ଯେ ଛାତ୍ର ଜୀବନରୁ ବାନର ସେନାରେ ଯୋଗଦେଇ ସେ ବ୍ରିଟିଶ ସରକାର ଦ୍ୱାରା ବନ୍ଦୀ ହେଲେ । ଜେଲ୍‌ରେ ରହିବା ସମୟରେ ସେ ବହୁତ କିଛି ଶିକ୍ଷା କଲେ, ଯାହାକୁ ସେ ତାଙ୍କ ଜୀବନକାଳରେ ପ୍ରୟୋଗ କରି ନିରୋଗୀ ଜୀବନଯାପନ କରିପାରିଥିଲେ ।
ମୁଖ୍ୟ ଅତିଥି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ସେ ଜଣେ ସ୍ୱାଧିନତା ସଂଗ୍ରାମୀ ଭାବେ ଗାନ୍ଧୀଜୀଙ୍କ ଗ୍ରାମ ସ୍ୱରାଜ ଆନ୍ଦୋଳନକୁ ସେ ନିଜ ଅଂଚଳରେ ଠିକଣା ଭାବେ ପ୍ରୟୋଗ କରିଥିଲେ । ମା’ଘରର ସଭାନେତ୍ରୀ ଋତୁପୂର୍ଣ୍ଣା ମହାନ୍ତି ମୂଲ୍ୟବୋଧ ରାଜନୀତିର ପ୍ରତୀକ ଥିଲେ ବୋଲି କହିଥିଲେ । ଉତ୍କଳ ମେଲ୍‌ର ମୁଖ୍ୟ ସଂପାଦକ ପୀତବାସ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ସେମାନଙ୍କ ତ୍ୟାଗ ଉପରେ ଆମେ ଭୋଗ କରୁଛୁ । ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ୍ ଡଃ ବଦ୍ରିନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ସ୍ୱର୍ଗତଃ ପ୍ରଧାନଙ୍କ ପୁତ୍ର ପୁଷ୍ପରାଜ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ପୂର୍ବତନ ଅଧ୍ୟକ୍ଷ ଡଃ ଆର୍ତତ୍ରାଣ ମିଶ୍ର ଏକ ଭଜନ ଗାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଂ. ବିବେକାନନ୍ଦ ପାତ୍ର, ବାସ୍ତୁବିତ୍ ଡଃ ମନୋଜ ଲେଙ୍କା, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଅଧ୍ୟାପକ ପ୍ରଣବ ପାଟ୍ଟଯୋଶୀ ଓ ଡଃ ରଶ୍ମି ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କାର୍ଯ୍ୟକ୍ରମକୁ ଦେବରାଜ ପ୍ରଧାନ, ପୃଥ୍ୱୀରାଜ ପ୍ରଧାନ ଓ ପ୍ରଜ୍ଞାରାଜ ପ୍ରଧାନ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.